Latest Odisha News

BREAKING NEWS

କ୍ରିକେଟର କେଦାର ଯାଦବଙ୍କ ବାପା ନିଖୋଜ

ପୁଣେ: ଭାରତୀୟ କ୍ରିକେଟର କେଦାର ଯାଦବଙ୍କ ଉପରେ ଗୋଟିଏ ପରେ ଗୋଟିଏ ବୋଝ ଲଦି ହୋଇ ଯାଉଛି । କ୍ରିକେଟ କ୍ୟାରିୟର ପ୍ରାୟତଃ ଶେଷ ହୋଇ ଆସୁଥିବା ବେଳେ ତାଙ୍କ ବାପା ମହାଦେବ ଯାଦବ ନିଖୋଜ ହୋଇ ଯାଇଛନ୍ତି । ମାର୍ଚ୍ଚ ୨୭ ଦିନ ୧୧ଟା ୩୦ ପରଠାରୁ କୋଥାରଡ ଅଂଚଳରୁ ତାଙ୍କର ଆଉ ଖୋଜ ଖବର ମିଳି ନ ଥିଲା । ୭୫ ବର୍ଷୀୟ ମହାଦେବ ରିକ୍ସାରେ ବସି ଯାଇଥିଲେ । ପୋଲିସ ପରିବାରବର୍ଗଙ୍କ ରିପୋର୍ଟକୁ ଭିତି କରି ମାମଲା ରୁଜୁ କରିଛି । ତାଙ୍କ ଡାହଣ ହାତ ଆଙ୍ଗୁଳିରେ ୨ଟି ସୁନା ମୁଦି ଥିଲା । ମହାଦେବଙ୍କ ଫଟୋ ନିକଟସ୍ଥ ଥାନାକୁ ପଠାଇ ଦିଆଯାଇଛି ।

କେଦାର ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କ ବୋଲିଂ ଆକ୍ସନ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିବାରୁ ସେ ଖୁବ ଶୀଘ୍ର ଲୋକପ୍ରିୟ ହୋଇ ଉଠିଥିଲେ । ସେ ୨୦୨୦ରେ ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଆଇପିଏଲରେ ମଧ୍ୟ ତାଙ୍କ ପ୍ରତି କୌଣସି ଟିମ ଆଗ୍ରହ ପ୍ରକାଶ କରି ନ ଥିଲେ ।

Leave A Reply

Your email address will not be published.