Latest Odisha News

BREAKING NEWS

ବ୍ରଜରାଜନଗରରେ ୩ଟି ଓ ବେଲପାହାଡ଼ରେ ରହିବ ୨ଟି ଟ୍ରେନ୍

ଭୁବନେଶ୍ୱର: ଯାତ୍ରୀମାନଙ୍କ ସୁବିଧା ପାଇଁ ବେଲପାହାଡ଼ ଏବଂ ବ୍ରଜରାଜନଗରରେ ପରୀକ୍ଷାମୂଳକ ଭିତ୍ତିରେ ୬ ମାସ ପାଇଁ ନିମ୍ନଲିଖିତ ଟ୍ରେନ୍ ଗୁଡ଼ିକର ରହଣି ବ୍ୟବସ୍ଥା କରିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ବ୍ରଜରାଜନଗରରେ ରହଣି କରିବାକୁ ଥିବା ଟ୍ରେନ୍

18477/18478 ପୁରୀ-ଯୋଗ ନଗରୀ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ୨୪ ମାର୍ଚ୍ଚରେ ଉଭୟ ପାର୍ଶ୍ୱରୁ ଛାଡୁଥିବା ଟ୍ରେନ୍ ବ୍ରଜରାଜନଗର ଠାରେ ରହଣି କରିବ । ପୁରୀରୁ ଛାଡୁଥିବା ଏହି ଟ୍ରେନ୍ ବ୍ରଜରାଜନଗରରେ ପୂର୍ବାହ୍ନ ୧୦ଟା ୫୮ ମିନିଟରେ ପହଞ୍ଚି ପୂର୍ବାହ୍ନ ୧୧ଟାରେ ଋଷିକେଶ ଅଭିମୁଖେ ଯାତ୍ରା କରିବ । ଫେରିବା ମାର୍ଗରେ ଋଷିକେଶରୁ ଛାଡୁଥିବା ଏହି ଟ୍ରେନ ଏହି ଟ୍ରେନ୍ ବ୍ରଜରାଜନଗରରେ ମଧ୍ୟାହ୍ନ ୧୨ଟା ୨୩ ମିନିଟରେ ପହଞ୍ଚି ମଧ୍ୟାହ୍ନ ୧୨ଟା ୨୫ ମିନିଟରେ ପୁରୀ ଅଭିମୁଖେ ଯାତ୍ରା କରିବ ।

22866/22865 ପୁରୀ-ମୁମ୍ବାଇ ଏଲଟିଟି- ପୁରୀ ଏକ୍ସପ୍ରେସ ପୁରୀ ଠାରୁ ୨୮ ମାର୍ଚ୍ଚ ଏବଂ ମୁମ୍ବାଇ ଠାରୁ ୩୦ ମାର୍ଚ୍ଚରେ ଛାଡ଼ି ବ୍ରଜରାଜନଗର ଠାରେ ରହଣି କରିବ । ପୁରୀରୁ ଛାଡୁଥିବା ଏହି ଟ୍ରେନ୍ ବ୍ରଜରାଜ ନଗର ଠାରେ ଅପରାହ୍ଣ  ୨ଟା ୯ରେ ପହଞ୍ଚି ଅପରାହ୍ଣ ୨ଟା ୧୧ରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ । ଫେରିବା ମାର୍ଗରେ, ମୁମ୍ବାଇରୁ ଛାଡୁଥିବା ଏହି ଟ୍ରେନ୍ ବ୍ରଜରାଜ ନଗରରେ ରାତି ୧୧ଟାରେ ୧ରେ ପହଞ୍ଚି ରାତି ୧୧ଟା ୧୨ରେ ପୁରୀ ଅଭିମୁଖେ ଯାତ୍ରା କରିବ ।

20813/20814 ଯୋଧପୁର-ପୁରୀ-ଯୋଧପୁର ଏକ୍ସପ୍ରେସ ଯୋଧପୁରରୁ ୨୫ ମାର୍ଚ୍ଚ ଏବଂ ପୁରୀରୁ ୨୯ ମାର୍ଚ୍ଚ ଠାରୁ ଛାଡ଼ିବ । ଟ୍ରେନ୍ ବ୍ରଜରାଜନଗର ଠାରେ ରହଣି କରିବ । ଯୋଧପୁରରୁ ଛାଡୁଥିବା ଏହି ଟ୍ରେନ୍ ବ୍ରଜରାଜ ନଗରରେ ରାତି ୧୨ଟା ୨୪ରେ ପହଞ୍ଚି ରାତି ୧୨ଟା ୨୬ରେ ପୁରୀ ଅଭିମୁଖେ ଯାତ୍ରା କରିବ । ଫେରିବା ମାର୍ଗରେ, ପୁରୀରୁ ଛାଡୁଥିବା ଏହି ଟ୍ରେନ୍ ବ୍ରଜରାଜ ନଗରରେ ରାତି ୧୨ଟା ୪୬ରେ ପହଞ୍ଚି ରାତି ୧୨ଟା ୪୮ରେ ଯୋଧପୁର ଅଭିମୁଖେ ଯାତ୍ରା କରିବ ।

ବେଲପାହାଡ଼ରେ ରହଣି କରିବାକୁ ଥିବା ଟ୍ରେନ୍

18477/18478 ପୁରୀ-ଯୋଗ ନଗରୀ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ୨୪ ମାର୍ଚ୍ଚରେ ଉଭୟ ପାର୍ଶ୍ୱରୁ ଛାଡୁଥିବା ଟ୍ରେନ ବେଲପାହାଡ଼ ଠାରେ ରହଣି କରିବ । ପୁରୀରୁ ଛାଡୁଥିବା ଏହି ଟ୍ରେନ୍ ବେଲପାହାଡ଼ରେ ପୂର୍ବାହ୍ନ ୧୧ଟା ୯ରେ ପହଞ୍ଚି ପୂର୍ବାହ୍ନ ୧୧ଟା ୧୧ରେ ଋଷିକେଶ ଅଭିମୁଖେ ଯାତ୍ରା କରିବ । ଫେରିବା ମାର୍ଗରେ ଋଷିକେଶରୁ ଛାଡୁଥିବା ଏହି ଟ୍ରେନ୍ବେ ଲପାହାଡ଼ରେ ମଧ୍ୟାହ୍ନ ୧୨ଟା ୬ରେ ପହଞ୍ଚି ମଧ୍ୟାହ୍ନ ୧୨ଟା ୮ରେ ପୁରୀ ଅଭିମୁଖେ ଯାତ୍ରା କରିବ ।

12879/12880 ଭୁବନେଶ୍ୱର-ମୁମ୍ବାଇ ଏଲଟିଟି-ଭୁବନେଶ୍ୱର ଏକ୍ସପ୍ରେସ୍ ମୁମ୍ବାଇ ଠାରୁ ୨୫ ମାର୍ଚ୍ଚରୁ ଏବଂ ଭୁବନେଶ୍ୱରରୁ ୨୭ମାର୍ଚ୍ଚରୁ ଛାଡୁଥିବା ଟ୍ରେନ୍ ବେଲପାହାଡ଼ରେ ରହଣି କରିବ । ମୁମ୍ବାଇ ଏଲଟିଟିରୁ ଛାଡୁଥିବା ଏହି ଟ୍ରେନ୍ ବେଲପାହାଡ଼ରେ ରାତି ୧୦ଟା ୫୫ରେ ପହଞ୍ଚି ରାତି ୧୦ଟା ୫୭ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ । ଫେରିବା ମାର୍ଗରେ, ଭୁବନେଶ୍ୱରରୁ ଛାଡୁଥିବା ଏହି ଟ୍ରେନ୍ ବେଲପାହାଡ଼ରେ ଅପରାହ୍ଣ ୨ଟା ୨୦ରେ ପହଞ୍ଚି ଅପରାହ୍ଣ ୨ଟା ୨୨ରେ ମୁମ୍ବାଇ ଏଲଟିଟି ଅଭିମୁଖେ ଯାତ୍ରା କରିବ ।

Leave A Reply

Your email address will not be published.