Latest Odisha News

BREAKING NEWS

ଏମିତି ଏକ ମନ୍ଦିର, ଯେଉଁଠି କେବଳ ଅବିବାହିତ ଯୁବକଯୁବତୀ କରନ୍ତି ପୂଜାର୍ଚ୍ଚନା

ରାଜସ୍ଥାନ: ରାଜସ୍ଥାନ ନାଗୋର ଜିଲା ଖିବସର ଗାଁରେ ଏପରି ଏକ ଲୋକ ଦେବତାଙ୍କ ମନ୍ଦିର ଅଛି, ଯେଉଁଠି କେବଳ ଅବିବାହିତ ଯୁବକ ଓ ଯୁବତୀମାନେ ପୂଜାର୍ଚ୍ଚନା କରିଥାନ୍ତି । ଏଠାରେ ପୂଜା କଲେ ଲୋକଦେବତା ତାଙ୍କର ମନସ୍କାମନା ପୂରଣ କରନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି । ସେଥିଲାଗି ଏଠାକୁ ଦୂରଦୂରାନ୍ତରୁ ମଧ୍ୟ ବହୁ ଲୋକ ପୂଜାର୍ଚ୍ଚନା କରିବାକୁ ଆସିଥାନ୍ତି ।

ଏହି ଲୋକ ଦେବତାଙ୍କର ନାମ ହେଉଛି ଏଲୋଜି ମହାରାଜ । ପ୍ରତ୍ୟେକ ଦେବତାଙ୍କର ଧାର୍ମିକ ବିଶ୍ୱାସ ରାଜସ୍ଥାନରେ ଟିକେ ଅଲଗା । କିନ୍ତୁ ଏଲୋଜି ମହାରାଜଙ୍କ ବିଷୟରେ ଅଜବ ବିଶ୍ୱାସ ଅଛି । ଗ୍ରାମବାସୀଙ୍କ କହିବା କଥା, ଏଲୋଜୀ ମହାରାଜଙ୍କ ବିବାହର ଗୋଟିଏ ଦିନ ପୂର୍ବରୁ ତାଙ୍କ ପତ୍ନୀ ହୋଲିକାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଭଗବାନ ଶଙ୍କର ତାଙ୍କୁ ଏକ ବରଦାନ ଦେଇଥିଲେ ଯେ ଅବିବାହିତ ଯୁବକଯୁବତୀମାନେ ତାଙ୍କ ବିବାହ ପାଇଁ ତାଙ୍କୁ ପୂଜା କରିବା ସହ ସନ୍ତାନପ୍ରାପ୍ତି ପାଇଁ ମଧ୍ୟ ମହିଳାମାନେ ପୂଜା କରିପାରିବେ । ସେବେଠାରୁ ତାଙ୍କୁ ଲୋକେ ପୂଜା କରି ଆସୁଛନ୍ତି ।

ରାଜସ୍ଥାନର ଲୋକ ଦେବତା ଏଲୋଜୀ ମହାରାଜଙ୍କୁ ସତ୍ୟ ବୁ ଦେବତା ମଧ୍ୟ କୁହାଯାଏ । ଏଲୋଜି ମହାରାଜଙ୍କୁ ପୂଜା କରିବା ପଛରେ ଏକ ଅଦ୍ଭୁତ କାରଣ ଅଛି । ଖିନଭସର ଗ୍ରାମବାସୀଙ୍କ କହିବା କଥା, ଏଲୋଜି ମହାରାଜଙ୍କୁ କେବଳ ଅବିବାହିତ ଯୁବକଯୁବତୀ ଓ ସନ୍ତାନ ହେଉଥିବା ମହିଳାମାନେ ପୂଜା କରିଥାନ୍ତି । ଏଠାରେ ପୂଜାର୍ଚ୍ଚନା କଲେ ଖୁବ୍‌ଶୀଘ୍ର ଯୁବକଯୁବତୀଙ୍କ ବିବାହ ହେବା ସହ ସନ୍ତାନପ୍ରାପ୍ତି ମଧ୍ୟ ହୋଇଥାନ୍ତି । ଗାଁ ମଝିରେ ଏହି ଦେବତାଙ୍କର ଦୁଇଟି ମୂର୍ତ୍ତି ଅଛି ।

Leave A Reply

Your email address will not be published.