Latest Odisha News

କ୍ରିକେଟର କେ.ଏଲ୍ ରାହୁଲଙ୍କ ଲେଡିଲଭ୍‌ ଆଥିୟା!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲ ଏବଂ ବଲିଉଡ ଅଭିନେତ୍ରୀ ଆଥିୟା ଶେଟ୍ଟୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ନେଇ ଅନେକ ଦିନ ହେଲାଣି ଚର୍ଚ୍ଚା ଲାଗି ରହିଥିଲା। ଏବେ ଏହାକୁ ନେଇ ଚର୍ଚ୍ଚା ଆହୁରି ବଢିଯାଇଛି।  ତେବେ ଉଭୟଙ୍କ ତରଫରୁ ସେମାନଙ୍କୁ ସମ୍ପର୍କକୁ ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।

ନିକଟରେ ଉଭୟଙ୍କ ଲଣ୍ଡନରେ ଏକାଠି ଦେଖିବାକୁ ମିଳିଛି। ଏହାପରଠୁ ଚର୍ଚ୍ଚା ଆହୁରି ବଢିଯାଇଛି। ନିକଟରେ କେ.ଏଲ୍ ରାହୁଲ ଏବଂ ଆଥିଆ ଶେଟ୍ଟୀ ସୋସିଆଲ୍‌ ମିଡିଆରେ ବନ୍ଧୁ ସୋନାଲି ଫାବିଆନିଙ୍କ ସହିତ ଅଲଗା ଅଲଗା ଫଟୋ ପୋଷ୍ଟ କରିଥିବା ଦେଖିବାକୁ ମିଳିଥିଲା।

ଚଳିତ ବର୍ଷ ଅଗଷ୍ଟରୁ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ କେ.ଏଲ୍ ରାହୁଲ ବର୍ତ୍ତମାନ ଟିମ୍ ଇଣ୍ଡିଆ ସହିତ ଇଂଲଣ୍ଡରେ ଅଛନ୍ତି। ତେବେ ଏହି ସମୟରେ ତାଙ୍କୁ କମ୍ପାନୀ ଦେବା ପାଇଁ ଗୁଜବ ହେଉଥିବା ତାଙ୍କ ଲେଡିଲଭ୍ ଆଥିଆ ସେଠାରେ ଥିବା କୁହାଯାଉଛି।

Leave A Reply

Your email address will not be published.