Latest Odisha News

ଜମୁନି କ୍ରିକେଟର-ଅଭିନେତ୍ରୀଙ୍କ ଯୋଡି; ଅଲଗା ହେବେ କି ମନିଷ ପାଣ୍ଡେ ଓ ଆଶ୍ରିତା ସେଟ୍ଟୀ

ନୂଆଦିଲ୍ଲୀ: ଗ୍ଲାମର ଏବଂ କ୍ରିକେଟ୍ ମଧ୍ୟରେ ବହୁ ବର୍ଷର ସମ୍ପର୍କ ରହିଛି। ପୂର୍ବରୁ ଶର୍ମିଲା ଟାଗୋର ଏବଂ ନବାବ ମନସୁର ଅଲ୍ଲୀ ଖାନ ପଟୌଦୀଙ୍କ ବିବାହ ପରେ ଅନେକ କ୍ରିକେଟର ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଅନେକ ସମ୍ପର୍କ ଗଢ଼ି ଉଠିଥିଲେ ମଧ୍ୟ ସେସବୁ ଅଧିକ ଦିନ ପାଇଁ ତିଷ୍ଠି ପାରି ନଥିଲା।

ନିକଟରେ ଚହଲ ଓ ଧନଶ୍ରୀ ପରସ୍ପର ଠାରୁ ଅଲଗା ହେବାର ଖବର ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବରୁ ଦ୍ରୁତ ବୋଲର ମହମ୍ମଦ ଶାମି ତାଙ୍କ ପତ୍ନୀ ହାସିନ ଜାହାଁଙ୍କଠାରୁ ଅଲଗା ହୋଇସାରିଛନ୍ତି।ଏହିସବୁ ମଧ୍ଯରେ ବର୍ତ୍ତମାନ କ୍ରିକେଟର ମନୀଷ ପାଣ୍ଡେ ଏବଂ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଖବର ସାମ୍ନାକୁ ଆସିଛି। କାରଣ ଅଭିନେତ୍ରୀ ଓ ତାଙ୍କ ସ୍ୱାମୀ ନିଜ ନିଜର ସୋସିଆଲ ମିଡିଆ ଆକାଉଣ୍ଟରୁ ଫଟୋ ଗୁଡିକୁ ଡିଲିଟ କରିଦେଇଥିବା ନଜର ଆସିଛି। ତେବେ ଦୁହେଁ ପରସ୍ପରକୁ ଅନଫଲୋ କରିଦେଇଥିବା ମଧ୍ଯ ରିପୋର୍ଟ ରୁ ଜଣାପଡିଛି। ଯଦିଓ ଦୁହେଁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ମନୀଷ ପାଣ୍ଡେ ଭାରତୀୟ କ୍ରିକେଟ ଦଳର ଖେଳାଳି। ସେ ବହୁ ODI ଏବଂ T20 ମ୍ୟାଚ୍ ମଧ୍ଯ ଖେଳିଛନ୍ତି। କୋଲକାତା ନାଇଟ ରାଇଡର୍ସ ବ୍ୟତୀତ ଇଣ୍ଡିଆନ ପ୍ରିମିୟର ଲିଗରେ ଅନେକ ଫ୍ରାଞ୍ଚାଇଜ ଦଳ ପାଇଁ ଖେଳିଛନ୍ତି। ମନୀଷ ୨୦୧୮ରେ ଏସିଆ କପ ମଧ୍ୟ ଖେଳିଥିଲେ। ତେବେ ସେ  ୨୦୧୯ ମସିହାରେ ସାଉଥ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କୁ ବିବାହ କରିଥିଲେ। ବିବାହର  ୮ ବର୍ଷ ପରେ ଏବେ ସେମାନଙ୍କ ଅଲଗା ହେବାର ଖବର ବର୍ତ୍ତମାନ ସାମ୍ନାକୁ ଆସୁଛି। ଉଭୟଙ୍କର ସୋସିଆଲ ମିଡିଆ ଅପଡେଟ ଯୋଗୁଁ ଏହିପରି ଅନୁମାନ କରାଯାଉଛି।

 

Comments are closed.