Latest Odisha News

BREAKING NEWS

ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ୍

ନୂଆଦିଲ୍ଲୀ : ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ୍ । ସବୁଠୁ ଅଧିକ ରନ୍ କରିବା ସହ ବିଶ୍ବ ରେକର୍ଡ ହାସଲ କରିଛନ୍ତି ମିତାଲି । ଗତକାଲି ଇଂଲଣ୍ଡ ବିପକ୍ଷ ମ୍ୟାଚରେ ମିତାଲି ଦମଦାର ପ୍ରଦର୍ଶନ କରି ଏହି ରେକର୍ଡ ହାସଲ କରିଛନ୍ତି । ରେକର୍ଡ ସହ ମିତାଲି ରାଜ୍ ୧୦ ହଜାରରୁ ଅଧିକ ରନ୍ କ୍ଲବରେ ସାମିଲ ହୋଇଛନ୍ତି ।

ସେ ସମସ୍ତ ଫର୍ମାଟ ଦିନିକିଆ, ଟି-୨୦ ଓ ଟେଷ୍ଟରେ ୧୦ ହଜାର ୨୭୩ ରନ୍ କରି ଏହି ବିଶ୍ବ ରେକର୍ଡ ହାସଲ କରିଛନ୍ତି । ମିତାଲିଙ୍କ ପଛରେ ଇଂଲଣ୍ଡର ପୂର୍ବତନ ଅଧିନାୟକର ଚାର୍ଲସ ଏଡଓ୍ବାର୍ଡସ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ମିତାଲି ହାସଲ କରିଥିବା ୧୦ ହଜାରରୁ ଅଧିକ ରନ ଭିତରୁ କେବଳ ଦିନିକିଆ ମ୍ୟାଚରେ ୭ ହଜାର ୩୦୪ ରନ୍ କରିଛନ୍ତି । ଏବେ ଭାରତୀୟ ଟିମ ପାଇଁ ଟେଷ୍ଟ ଓ ଦିନିକିଆ ମ୍ୟାଚରେ ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି ୩୮ ବର୍ଷୀୟ ମିତାଲି ରାଜ ।

Leave A Reply

Your email address will not be published.