Latest Odisha News

BREAKING NEWS

ତେଲେଙ୍ଗାନାର ଡିଏସପି ହେଲେ କ୍ରିକେଟର ମହମ୍ମଦ ସିରାଜ

ହାଇଦ୍ରାବାଦ: ତେଲେଙ୍ଗାନାର ଡିଜିପିଙ୍କ ତତ୍ତ୍ବାବଧାନରେ ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ସିରାଜଙ୍କୁ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ (ଡିଏସପି) ଭାବରେ ନିଯୁକ୍ତ କରାଯାଇଛି। ଶୁକ୍ରବାର ଦିନ ଡିଜିପି କାର୍ଯ୍ୟାଳୟରେ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ତେଲେଙ୍ଗାନା ପୋଲିସ ମହାନିର୍ଦ୍ଦେଶକ ଜିତେନ୍ଦ୍ରଙ୍କୁ ଭେଟିବା ପରେ ସେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ତେଲେଙ୍ଗାନା ପୋଲିସ୍ ମହାନିର୍ଦ୍ଦେଶକ ଜିତେନ୍ଦ୍ର ଶୁକ୍ରବାର ଦିନ ହାଇଦ୍ରାବାଦର ଡିଜିପି କାର୍ଯ୍ୟାଳୟରେ କ୍ରିକେଟର ମହମ୍ମଦ ସିରାଜଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।

 

 

Comments are closed.