Latest Odisha News

BREAKING NEWS

ବିବାହ ବନ୍ଧନରେ ଆବଦ୍ଧ ହେଲେ ପ୍ରସିଦ୍ଧ-କୃଷ୍ଣା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପେସ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ତାଙ୍କର ଦୀର୍ଘ ଦିନର ବାନ୍ଧବୀ ରଚନା କୃଷ୍ଣାଙ୍କୁ ବିବାହ କରିଛନ୍ତି । ୬ଜୁନରେ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା । ଏହାର ୨ ଦିନ ପରେ ବିବାହ ହୋଇଛି । ବାହାଘର ବେଳର ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଭୟ ସମ୍ପୂର୍ଣ୍ଣ ପାରମ୍ପାରିକ ରୀତି ନୀତିରେ ବିବାହ କରିଥିଲେ । ଭଲ ବୋଲିଂ ପ୍ରଦର୍ଶନ ସତ୍ୱେ ଆଘାତ ସମସ୍ୟା ଯୋଗୁ ପ୍ରସିଦ୍ଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

BjdElectrycity

ଆଇପିଏଲ ୨୦୨୩ ସଂସ୍କରଣରେ ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିଲେ । ୬ ମେ ୨୦୧୮ରେ ସେ ଆଇପିଏଲ ପଦାର୍ପଣ କରିଥିଲେ । ସେ ଓଭରାଲ ୫୧ ମ୍ୟାଚରେ ୪୯ ୱିକେଟ ହାସଲ କରିଛନ୍ତି । ୨୦୨୧ରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ସେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ୧୪ ଦିନିକିଆ ମ୍ୟାଚ ଖେଳି ସେ ୨୫ ୱିକେଟ ଅକ୍ତିଆର କରିଛନ୍ତି । ୧୨ ରନରେ ୪ଟି ୱିକେଟ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଛି ।

Leave A Reply

Your email address will not be published.