Latest Odisha News

BREAKING NEWS

କଙ୍କଡ଼ାହାଡ଼ରେ ଧର୍ମେନ୍ଦ୍ରଙ୍କ ନିର୍ବାଚନୀ ଛୁଙ୍କ: ଢେଙ୍କାନାଳ ଲୋକସଭା ଆସନରୁ ଲଢିବେ କି ?

ଢେଙ୍କାନାଳ: ଢେଙ୍କାନାଳରେ କେନ୍ଦ୍ର ଦକ୍ଷତା ବିକାଶ  ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଙ୍କଡାହାଡ ସାଧାରଣ ସଭାରେ ଦେଲେ ନିର୍ବାଚନୀ ଛୁଙ୍କ । ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଆଉ କେନ୍ଦ୍ର ସରକାରଙ୍କ ସଫଳତା ବଖାଣିଲେ ।  ପରଜଙ୍ଗ ଓ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଗସ୍ତରେ  ଯାଇଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଶେଷକରି ରାଜ୍ୟ ସରକାରଙ୍କ ମୋ ଘର” ଯୋଜନାକୁ କଡା ସମାଲୋଚନା କରିଛନ୍ତି  । ଧର୍ମେନ୍ଦ୍ରଙ୍କର ଏହି କାର୍ଯ୍ୟକ୍ରମକୁ ନେଇ ଅନେକ ହିସାବ ନିକାଶ କରୁଛନ୍ତି ଲୋକେ । ଆଗାମୀ ୨୦୨୪ ନିର୍ବାଚନର ଧର୍ମେନ୍ଦ୍ର ଢେଙ୍କାନାଳ ଲୋକସଭା ଆସନରୁ ଲଢିବେ କି ? ଏମିତି ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

BjdElectrycity

କଙ୍କଡାହାଡ଼ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ରାସନ ଚାଉଳ ଓ ପାନୀୟ ଜଳ  ପରି କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ କେନ୍ଦ୍ରମନ୍ତ୍ରୀ ।  ଢେଙ୍କାନାଳ ଜିଲ୍ଲାକୁ କେନ୍ଦ୍ରର ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା ମଧ୍ୟ କରିଥିଲେ ।  ଧର୍ମେନ୍ଦ୍ର  କଙ୍କଡାହାଡ଼ରୁ ଆରମ୍ଭ କରିଥିବା ତାଙ୍କ ରାଜନୈତିକ ଛୁଙ୍କ ଆଗାମୀ ନିର୍ବାଚନ ପାଇଁ ଢେଙ୍କାନାଳ ଲୋକସଭା ଆସନରୁ ଲଢ଼ିବା ପ୍ରାୟ ନିଶ୍ଚିତ ବୋଲି ରଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଆଜିର କାର୍ଯ୍ୟକ୍ରମରେ ଆଦିବାସୀ ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଅବଦାନକୁ ନେଇ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଏଥିସହିତ ରାଜ୍ୟ ସରକାରଙ୍କ “ମୋ ଘର”କୁ ନେଇ ମଧ୍ୟ ସମାଲୋଚନା କରିଥିଲେ ।   ଯେଉଁ ଟଙ୍କା ରାଜ୍ୟ ସରକାର ଲୋକ ମାନଙ୍କୁ ‘ମୋ ଘର’ ଯୋଜନାରେ ଦେବେ ତାହା କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ପ୍ରଦାନ କରିବ ବୋଲି ସେ କହିଛନ୍ତି । ତେବେ ଋଣ ନେଇ ଘର କରିବା ଏକ ପ୍ରହସନ । ତେଣୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲୋକଙ୍କୁ ପ୍ରଦାନ ନକରି ଏପରି କରିବା କେତେଦୂର ଠିକ ବୋଲି ସେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.