Latest Odisha News

ଅଲଗା ହେଲେ ଧଓ୍ୱନ ଦମ୍ପତି, ବିବାହର ୯ବର୍ଷ ପରେ ଡିଭୋର୍ସ !

ନୂଆଦିଲ୍ଲୀ: ବିବାହର ୯ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେଲେ କ୍ରିକେଟର ଶିଖର ଧଓ୍ୱନ । ପତ୍ନୀ ଆୟେଶା ମୁଖାର୍ଜୀଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିବା ସୂଚନା ମିଳିଛି । ଭାରତୀୟ ବଂଶୋଦ୍ଭବ ଆୟେଶା ମୁଖାର୍ଜୀଙ୍କ ଏକ ପୋଷ୍ଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏହାପରେ ସେମାନେ ଡିଭୋର୍ସ ନେଇଥିବା ଚର୍ଚ୍ଚା ହେଉଛି । ଏନେଇ ଶିଖର ଧଓ୍ୱନ କି ଆୟେଶା ମୁଖାର୍ଜୀଙ୍କ ପକ୍ଷରୁ ବିଧିବଦ୍ଧ ଭାବରେ କୌଣସି ସୂଚନା ସାମନାକୁ ଆସିନି ।

ସୋସିଆଲ୍ ମିଡିଆରେ ଭାଇରାଲ୍ ଆୟେଶାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖାଅଛି, ‘ଥରେ ଛାଡପତ୍ର ହୋଇଥିଲା । ଦ୍ୱିତୀୟ ଥର ପାଇଁ ଅନେକ କିଛି ଚାପରେ ଥିବା ପରି ଲାଗୁଥିଲା । ମୋତେ ବହୁତ କିଛି ପ୍ରମାଣ କରିବାକୁ ପଡିଲା । ତେଣୁ ଯେତେବେଳେ ମୋର ଦ୍ୱିତୀୟ ବିବାହ ଭାଙ୍ଗିଗଲା ଏହା ଅତ୍ୟନ୍ତ ଭୟାନକ ଥିଲା । ମୁଁ ଭାବିଲି ତଲାକ୍ ଏକ ଖରାପ ଶବ୍ଦ, କିନ୍ତୁ ତା’ପରେ ମୁଁ ପୁଣି ତଲାକ ହେଲା ।

View this post on Instagram

 

A post shared by Aesha Mukerji (@apwithaesha)

ପ୍ରଥମ ଥର ଡିଭୋର୍ସ ପରେ ମୁଁ ବହୁତ ଡରି ଯାଇଥିଲି । ମୁଁ ଅନୁଭବ କଲି ଯେ ମୁଁ ବିଫଳ ହୋଇଛି । ମୁଁ ସେତେବେଳେ ବହୁତ ଭୁଲ୍ କରୁଥିଲି । ମୁଁ ଭାବିଲି ମୋ ବାପା-ମାଆଙ୍କୁ ନିରାଶ କରୁଛି । ମୁଁ ଅନୁଭବ କଲି ଯେ, ମୋ ପିଲାମାନଙ୍କୁ ଅପମାନିତ କରୁଛି । କିଛି ପରିମାଣରେ ଅନୁଭବ କରିଛି ଯେ ମୁଁ ଭଗବାନଙ୍କୁ ମଧ୍ୟ ଅପମାନିତ କରିଛି । ତଲାକ୍ ନିହାତି ଏକ ଖରାପ ଶବ୍ଦ ଥିଲା’।

୨୦୧୨ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଶିଖର ଧଓ୍ୱନ ଓ ଆୟେଶା ମୁଖାର୍ଜୀ । ସେମାନଙ୍କର ଗୋଟିଏ ପୁଅ ଅଛି । ତାଙ୍କ ନାଁ ଜୋରାବର । ଆୟେଶା ଶିଖରଙ୍କଠାରୁ ବୟସରେ ୧୦ ବର୍ଷ ବଡ଼ । ପୂର୍ବରୁ ସେ ବିବାହ କରିଥିଲେ । ତାଙ୍କର ଦୁଇଟି ପିଲା ଅଛି । ଧଓ୍ୱନ ଆୟେଶାଙ୍କୁ ବିବାହ କରିବା ବେଳେ ଅନେକ ଚର୍ଚ୍ଚା ହୋଇଥିଲା । ତେବେ ବିବାହକୁ ସ୍ୱୀକୃତି ଦେଇଥିଲେ ଧଓ୍ୱନଙ୍କ ମାଆ ।
ବହୁଦିନରୁ ଦୁହଁଙ୍କ ଭିତରେ ମନୌମାଳିନ୍ୟ ଥିବା କୁହାଯାଉଛି । ଏପରିକି ୨୦୨୦ ନଭେମ୍ବରରୁ ଦୁହେଁ ପରସ୍ପରକୁ ସୋସିଆଲ୍ ମିଡିଆରେ ଅନଫଲୋ କରିଥିବା ଖବର ବି ସାମନାକୁ ଆସୁଛି । ଏପରିକି ଆୟେଶା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ ଶିଖର ଧଓ୍ୱନଙ୍କ ଫଟୋ ହଟାଇ ଦେଇଥିବା କୁହାଯାଉଛି । କିନ୍ତୁ ଧଓ୍ୱନଙ୍କ ଆକାଉଣ୍ଟରେ ଆୟେଶାଙ୍କ ଫଟୋ ଅଛି ।

Leave A Reply

Your email address will not be published.