Latest Odisha News

BREAKING NEWS

ଅକ୍ଷୟ କୁମାରଙ୍କ ମାଆଙ୍କ ଦେହାନ୍ତ

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ଅଭିନେତା ଅକ୍ଷୟ କୁମାରଙ୍କ ମାଆ ଅରୁଣା ଭାଟିଆଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ଅବସ୍ଥା ଗୁରୁତ୍ୱପୂର୍ଣ୍ଣ ହେବାରୁ ଅକ୍ଷୟ କୁମାର ଲଣ୍ଡନରେ ସିଣ୍ଡ୍ରେଲା ଫିଲ୍ମର ଶୁଟିଂ ଅଧାରୁ ଛାଡି ମୁମ୍ବାଇ ପଳାଇ ଆସିଥିଲେ । ମାଆଙ୍କ ମୃତ୍ୟୁ ଖବର ଅକ୍ଷୟ ସୋସିଆଲ ସାଇଟରେ ଶେୟାର କରିଛନ୍ତି ।

ପୂର୍ବରୁ ବାପା ଚାଲି ଯାଇଥିବା ବେଳେ ଏବେ ମାଆ.. ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଛି । ଆପଣମାନଙ୍କ ପ୍ରାର୍ଥନା ଆମ ମନୋବଳ ବଢ଼ାଇବ ବୋଲି ସେ ଲେଖିଛନ୍ତି । ସେ ହରି ଓମ୍ ପ୍ରଡକ୍ସନର କୋ ପାର୍ଟନର ଥିଲେ । ଅନେକଗୁଡିଏ ଫିଲ୍ମରେ ସେ ପ୍ରଡ୍ୟୁସର ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ।

Leave A Reply

Your email address will not be published.