Latest Odisha News

BREAKING NEWS

ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ଜବରଦସ୍ତ କ୍ୟାଚ୍: ଆପଣ ଦେଖିଲେ ବି କହିବେ କମାଲ କଲେ ସ୍ମୃତି

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ବାଜି ମାରିଛି ଭାରତୀୟ ମହିଳା ଟିମ୍ । ଇଂଲଣ୍ଡକୁ ୪ ଓ୍ୱିକେଟରେ ପରାସ୍ତ କରିଛି । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ସମସ୍ତଙ୍କ ଦିଲ୍ ଜିତିଛନ୍ତି । ବାଉଣ୍ଡ୍ରି ଲାଇନରେ ତାଙ୍କର ଗୋଟିଏ କ୍ୟାଚ୍ ସୋସିଆଲ୍ ମିଡ଼ିଆରେ ବେଶ ପ୍ରଶଂସା ସାଉଠୁଛି ।

ସ୍ମୃତି ମନ୍ଧାନା ନତାଲି ସାଇବରଙ୍କ କ୍ୟାଚ୍ ଧରି ତାଙ୍କୁ ଅର୍ଦ୍ଧଶତକ ପୂରା କରିବାରୁ ବଞ୍ଚିତ କରିଥିଲେ । ଦୀପ୍ତି ଶର୍ମାଙ୍କ ବଲକୁ ବାଉଣ୍ଡ୍ରି ଲାଇନ ଉପରେ ବଡ଼ ସର୍ଟ ମାରିଥିଲେ ନତାଲି । ଏତିକିବେଳେ ବାଉଣ୍ଡ୍ରି ଜଗିଥିବା ସ୍ମୃତି ମନ୍ଧାନା ଡ୍ରାଇଭ୍ ମାରି କ୍ୟାଚ୍ ଧରିଥିଲେ । ଆଶ୍ଚର୍ୟ୍ୟଜନକ କ୍ୟାଚ୍ ଧରିଥିଲେ । ଏପରିକି ନତାଲି କି କେହି କେବେ ଭାବି ନଥିଲେ ସ୍ମୃତି ଏହି କ୍ୟାଚକୁ କାବୁ କରି ନେବେ ।

ସ୍ମୃତି ମନ୍ଧାନାଙ୍କ ଏହି ଭିଡିଓ ସୋସିଆଲ୍ ମିଡିଆରେ ଜବରଦସ୍ତ ଭାଇରାଲ୍ ହୋଇଛି । କିଏ ତାଙ୍କୁ ସୁପରଓ୍ୱିମେନ୍ କହିଲାଣି ତ କେହି କେହି ଫ୍ଲାଏ ସ୍ମୃତି ଫ୍ଲାଏ କହୁଛନ୍ତି । ଏହି ମ୍ୟାଚରେ ଇଂଲଣ୍ଡ ୪୭ ଓଭରରେ ସମସ୍ତ ଓ୍ୱିକେଟ ହରାଇ ୨୧୯ ରନ୍ କରିଥିଲା । ୨୨୦ ରନ୍ ବିଜୟ ଲକ୍ଷ୍ୟକୁ ୬ ଓ୍ୱିକେଟ ବିନିମୟରେ ହାସଲ କରି ନେଇଥିଲା ଭାରତୀୟ ମହିଳା ଟିମ୍ । ଭାରତ ପକ୍ଷରୁ ମିତାଲି ରାଜ ସର୍ବାଧିକ ଅପରାଝିତ ୭୫ ରନ୍ କରିଥିଲେ । ସ୍ମୃତି ମନ୍ଧାନା ୪୯ ରନ୍ ପିଟିଥିଲେ ।

Leave A Reply

Your email address will not be published.