Latest Odisha News

BREAKING NEWS

ଦୁର୍ଲ୍ଲଭ ବ୍ରହ୍ମ କମଳର ମାହାତ୍ମ୍ୟ

ଭୁବନେଶ୍ୱର: ଏ ଫୁଲ ନେଇ ରହିଛି ମାହାତ୍ମ୍ୟ । ଅତି ଦୁର୍ଲ୍ଲଭ ଆଉ ଦୁର୍ମୂଲ୍ୟ । ଏକ ନିର୍ଦ୍ଦିଷ୍ଟ ଋତୁରେ ଫୁଟିଥାଏ ଏହି ଫୁଲ । ମହାପ୍ରଭୁଙ୍କ ଅତିପ୍ରିୟ ଏହି ଦୁର୍ଲ୍ଲଭ ଫୁଲ ହିମାଳୟ ଶିଖର ମଣ୍ଡନ କରିଥାଏ । ଏହାକୁ ଫୁଲର ସମ୍ରାଟ ବୋଲି ମଧ୍ୟ କୁହାଯାଏ । ମହାପ୍ରଭୁ ଜଗନ୍ନାଥଙ୍କର ଅତି ପ୍ରିୟ ଏହି ଦୁର୍ଲ୍ଲଭ ଫୁଲ ହେଉଛି ବ୍ରହ୍ମ କମଳ ବା ପାରିଜାତ ଫୁଲ । ସ୍ୱର୍ଗପୁର ବା ଦେବଲୋକର ହେଉଛି ପାରିଜାତ ।ତେବେ ଆଜିକାଲି ଏହି ପାରିଜାତ ଘର ବଗିଚାରେ ବି ଫୁଟିଲାଣି । କିଛି ଲୋକ ଶ୍ରଦ୍ଧାରେ ଏହି ଗଛ ଲଗାଇଥିବା ବେଳେ ଫୁଲ ଫୁଟିବା ପରେ ଏହାକୁ ଜଗନ୍ନାଥଙ୍କ ନିକଟରେ ଚଢାଇଥାନ୍ତି । କୁହାଯାଏ ଭାଗ୍ୟରେ ଥିଲେ ଏହି ଫୁଲ ଆସିଥାଏ । କିଛି ଲୋକ ତ ଏହାକୁ ପୂଜା ମଧ୍ୟ କରିଥାନ୍ତି ।
ବ୍ରହ୍ମକମଳ ନେଇ ପୁରାଣ ଦ୍ୱାପର ଯୁଗର କିମ୍ବଦନ୍ତ୍‌ୀ ମଧ୍ୟ ଜଡ଼ିତ ରହିଛି । ଏହି ଫୁଲ ବର୍ଷକୁ ଥରେ ଫୁଟିଥାଏ । ଆଉ ରାତିରେ ଫୁଟିଥାଏ । ପ୍ରାୟ ୫ମାସରୁ ନେଇ ୬ମାସ ପର୍ଯ୍ୟନ୍ତ ଏହାର ଜୀବନ ସୀମା ରହିଥାଏ ।

ହିମାଳୟରେ ଫୁଟୁଥିବା ଏହି ଦୁର୍ଲ୍ଲଭ ବ୍ରହ୍ମ କମଳ ଏବେ ଘର ବାଡିରେ ଶୋଭା ପାଇଲାଣି । ହେଲେ ଖୁବ୍ କମ ସମୟ ପାଇଁ ଆସିଥାଏ ଏହି ଫୁଲ । ଆଉ ଏହି ବ୍ରହ୍ମକମଳକୁ ନେଇ ବେଶ ଭାଗ୍ୟବାନ୍ ମନେକରିଥାନ୍ତି ଲୋକେ । ଭଗବାନଙ୍କୁ ଅର୍ପଣ କରି ପୁଣ୍ୟ ଅର୍ଜନ କରିବାର ବିଶ୍ୱାସ ରଖନ୍ତି .. .. ।।।

Leave A Reply

Your email address will not be published.