କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ଦିଲରପୁର ଅଞ୍ଚଳରେ ଥିବା ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ସୟଦ ଉସମାନ୍ ଅଲୀ ଓରଫ୍ ଟିଟୋ ଘରେ ବୁଧବାର ଦିନ ପୁଣି ଥରେ ଚଢାଉ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ ।
ଏହି ଚଢାଉ ବେଳେ କ୍ରାଇମବ୍ରାଞ୍ଚ ଟିଟୋର ଦୁଇ ଭାଇ ଅସପାକ୍ ଅଲୀ ଓ ସୟଦ୍ ଉଫତିକାର ଅଲୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ୩୦ରୁ ଅଧିକ ଅପରାଧିକ ମାମଲା ରହିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।
କ୍ରାଇମବ୍ରାଞ୍ଚ ପକ୍ଷରୁ ଚଢଉ ବେଳେ ଟିଟୋର ଅନ୍ୟଜଣେ ସମ୍ପର୍କୀୟ ଅମଜଦ୍ ଖାନଙ୍କୁ ମଧ୍ୟ ଗିରଫ କରିଛି ।
ଉଲ୍ଲେଖଯୋଗ୍ୟ, ୨୦୧୮ ମସିହା ଜୁନ ୩୦ ତାରିଖରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିଟୋକୁ ଯାଜପୁର ଜିଲ୍ଲାର ଚଣ୍ଡିଖୋଲରୁ ଗିରଫ କରିଥିଲା ।