Latest Odisha News

BREAKING NEWS

ମୌସୁମୀ ଆସିବାକୁ ବାକି ଆହୁରି ୨ଦିନ

ଭୁବନେଶ୍ୱର: ଆସନ୍ତା ୨ ରୁ ୩ ଦିନ ଭିତରେ ମୌସୁମୀ ଦକ୍ଷିଣ ପଶ୍ଚିମ ଓଡିଶା ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଚଳିତ ଜୁନ ମାସ ୧୦ ତାରିଖରେ ମୌସୁମୀ ଆସିବାର ଥିବା ବେଳେ ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ‘ବାୟୁ’ ପାଇଁ ଏହା ବିଳମ୍ବ ହେଉଥିବା କୁହାଯାଉଛି ।

ତେବେ ମୌସୁମୀ ବର୍ତ୍ତମାନ ଦକ୍ଷିଣରେ ମେଙ୍ଗାଲୁର ଓ ପୂର୍ବରେ ଗ୍ୟାଙ୍ଗଟକ ଓ ଗୋଲପଡା ଦେଇ ଅତିକ୍ରମ କରୁଛି ।

ଆଗାମୀ ୨ରୁ ୩ ଦିନ ଭିତରେ ଓଡିଶା ସମେତ ପଶ୍ଚିମ ବଙ୍ଗଳା, ସିକିମ ଓ ଉତ୍ତର ପୂର୍ବ ଭାରତର ଅନେକ ଅଂଶକୁ ମୌସୁମୀ ସ୍ପର୍ଶ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛନ୍ତି ।

ଆହୁରି ମଧ୍ୟ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ଘନିଭୂତ ହେଉଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

“ପୁର୍ବରୁ ଜୁନ ମାସ ୧୬ ତାରିଖ ସୁଦ୍ଧା ମୌସୁମୀ ଓଡିଶା ଆସିବ ବୋଲି ଅନୁମାନ କରାଯାଉଥିଲା । ତେବେ ବଙ୍ଗୋପସାଗରରେ ଘନିଭୂତ ହେଉଥିବା ଲଘୁଚାପ ମୌସୁମୀ ବର୍ଷା କରାଇବାରେ ସହାୟକ ହେବ” ବୋଲି ଆଞ୍ଚଳିକ ପାଣିପାଗ ବିଭାଗର ମୁଖ୍ୟ ଏଚ୍.ଆର୍. ବିାଶ୍ୱାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.