Latest Odisha News

BREAKING NEWS

ଭୂତ ନାଁରେ କୋଟିଏ ବୀମା ଟଙ୍କା ଆତ୍ମସାତ, LIC ଏଜେଣ୍ଟ ଗିରଫ

ଭୁବନେଶ୍ୱର: ମୃତ ବ୍ୟକ୍ତିଙ୍କ ନାଁରେ ବୀମା । ୪ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ୨୩ଟି ବୀମା ପଲିସି କରି ୧କୋଟି ୧୮ ଲକ୍ଷ ଟଙ୍କା ଚଳୁ ଅଭିଯୋଗ । ଏହି ମାମଲାରେ ଜଣେ ଏଲଆଇସି ଏଜେଣ୍ଟକୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଖୋର୍ଦ୍ଧା ଏଲଆଇସି କାର୍ୟ୍ୟାଳୟର ଏଜେଣ୍ଟ କବିରାଜ ବେହେରା । ତାଙ୍କ ଘର ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଝଡ଼ାକଟା ଗାଁରେ । ତାଙ୍କୁ ଗିରଫ କରି ଅଧିକ ଖୋଳତାଡ ଚଳାଇଛି କ୍ରାଇମବ୍ରାଞ୍ଚ ।

ଅଭିଯୋଗ ହୋଇଛି କବିରାଜ ୨୦୧୩ରୁ ୨୦୧୯ ମଧ୍ୟରେ ଏହି ଠକେଇ କରିଛନ୍ତି । ଚଞ୍ଚକତା କରି ୪ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ସେ ୨୩ଟି ବୀମା କରିଥିଲେ । ପଲିସିଗୁଡ଼ିକୁ ୨-୫ ବର୍ଷ ଯାଏ ସଚଳ ରଖି ପ୍ରିମିୟମ ଭରୁଥିଲେ କବିରାଜ । ଏହାପରେ ମିଛ ମୃତ୍ୟୁ ପ୍ରମାଣପତ୍ର ଦେଇ ବୀମା ରାଶି ପାଇଁ କ୍ଲେମ୍ କରୁଥିଲେ । ୫ଟି ପଲିସି ଉପରେ ଡେଥ୍ କ୍ଲେମ୍ ଦ୍ୱାରା ଏଲଆଇସି ୧ କୋଟି ୧୮ ଲକ୍ଷ ଟଙ୍କା ଦେଇଛି ।

ଏନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଖୋର୍ଦ୍ଧା ଏଲଆଇସି ଶାଖା ପକ୍ଷରୁ ଅଭିଯୋଗ ହୋଇଥିଲା । ଖୋଳତାଡ ବେଳେ ସାଂଘାତିକ ଷଡ଼ଯନ୍ତ୍ର ସାମନାକୁ ଆସିଛି । ଧ୍ରୁତ୍ତ କବିରାଜଙ୍କ କାରନାମା ଜଣା ପଡିଛି ।

ରେଡ୍ ବେଳେ ତାଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ନୋମିନିଙ୍କ ଜାଲ୍ ପ୍ରମାଣପତ୍ର ଜବତ ହୋଇଛି । ଭୂତର ଦସ୍ତଖତ ସମ୍ବଳିତ କାଗଜପତ୍ର ବି ଜବତ କରିଛି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି କି ନାହିଁ ଖୋଳତାଡ ଚାଲିଛି ।

Leave A Reply

Your email address will not be published.