Latest Odisha News

BREAKING NEWS

ରାଜକନିକାର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ରେଡ୍ ଫ୍ଲାଗ୍ କଲା କ୍ରାଇମ୍ ବ୍ରାଞ୍ଚ

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ଗୁରୁତ୍ବର ସହ ନେଇ ରେଡ୍ ଫ୍ଲାଗ୍ କଲା କ୍ରାଇମ୍ ବ୍ରାଞ୍ଚ। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ ହେବ। ଏହାସହ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇ ନିର୍ଦ୍ଦେଶ ହୋଇଛି। ନିର୍ଦ୍ଦେଶ ପାଇବା ପରେ ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିଛି କ୍ରାଇମବ୍ରାଞ୍ଚ।

ସୂଚନା ଅନୁସାରେ, ନାବାଳିକା ଛାତ୍ରୀଙ୍କୁ ଗତ ୪ ବର୍ଷ ଧରି ଦୁଷ୍କର୍ମ କରୁଥିଲେ ସ୍କୁଲର ୪ ଶିକ୍ଷକ ଓ ଜଣେ ପିଅନ। ଜଣେ ଶିକ୍ଷୟିତ୍ରୀ ଏମାନଙ୍କୁ ସହଯୋଗ କରୁଥିଲେ। ଚତୁର୍ଥରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରଖିଥିଲେ ଶାରୀରିକ ସଂପର୍କ। ସାଇନ୍ସ ଲ୍ୟାବରେ କ୍ୟାମେରା ଅଫ୍ କରି ଛାତ୍ରୀଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ। ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଏନେଇ ଛାତ୍ରୀ ଜଣକ ବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ଜଣାଇଥିଲେ।

ହେଲେ ସ୍କୁଲ ପ୍ରିନ୍ସିପାଲ ଏହାକୁ ଗୁରୁତ୍ୱ ଦେଉ ନଥିଲେ । ଅଭିଯୁକ୍ତ ଶିକ୍ଷକମାନେ ଛାତ୍ରୀଙ୍କୁ ଧମକ ଦେଉଥିଲେ ଘଟଣା ସମ୍ପର୍କରେ କାହାକୁ ନ କହିବା ପାଇଁ । ଯଦି କାହାକୁ ଘଟଣା ସମ୍ପର୍କରେ କହିବେ ତେବେ ଛାତ୍ରୀଙ୍କ ସାନ ଭାଇ ଓ ତାକୁ ଜୀବନରୁ ମାରିଦେବେ । ଫଳରେ ଛାତ୍ରୀ ଜଣକ ନିରବ ରହୁଥିଲେ ବୋଲି ପୋଲିସ ତଦନ୍ତ କରି ଜାଣିବାକୁ ପାଇଛି ।

ଅଭିଯୁକ୍ତମାନଙ୍କ ବିରୋଧରେ ରାଜକନିକା ଥାନା କେସ ନଂ. ୫୪/୨୦୨୬ ଭାରତୀୟ ନ୍ୟାୟ ସଂହିତାର ଦଫା ୬୫(୨), ୭୦(୨), ୬୦, ୪୯, ୩୫୧(୨) (୩), ୩(୫), ୪ ଓ ୬ ପୋକ୍ସ ଆଇନ୍‌ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ପୋଲିସ ତଦନ୍ତ କରୁଛି । ଏହି ମାମଲାରେ ଆଉ କାହାରି ସମ୍ପୃକ୍ତି ଆସିଲେ ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.