ବାଲେଶ୍ୱର: ବ୍ରାଉନସୁଗର କାରବାରର ଲିଙ୍କ ଲାଇନ୍ ପାଲଟିଛି ବାଲେଶ୍ୱର ଜିଲ୍ଲା । କୋଲକାତାରୁ ଚାଲାଣ ବେଳେ ବାଲେଶ୍ୱରରୁ ପୁଣି ଜବତ ହୋଇଛି କୋଟିଏରୁ ଅଧିକ ଟଙ୍କାର ଧଳା ଜହର । ବାଲେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରୁ ଜବତ ହୋଇଛି ଦେଢ଼ କେଜିର ବ୍ରାଉନସୁଗର । କ୍ରାଇମବ୍ରାଞ୍ଚ ଏସଟିଏଫ୍ ୧ କେଜି ୫୩୦ ଗ୍ରାମ୍ ବ୍ରାଉନସୁଗର ଜବତ କରିଛି ।
ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ତା ନାଁ ଶେଖ ମୁନାଫ ହୁସେନ୍ ଓ ଘର ଜଳେଶ୍ୱର ଥାନା ଅନ୍ତର୍ଗତ ଝାଡେଶ୍ୱରପୁର ଗାଁରେ । ବିଶେଷ ସୂତ୍ରରୁ ଖବର ପାଇଁ ଲକ୍ଷ୍ଣଣାନାଥ ତନଖି ଫାଟକ ନିକଟରେ ଡେରା ପକାଇଥିଲା ଏସଟିଏଫ୍ । ଚଢ଼ାଉ ବେଳେ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର ମିଳିଥିଲା । ଗିରଫ ଯୁବକଙ୍କୁ ପଚରାଉଚରା ଚାଲିଛି । ରାଜ୍ୟର କେଉଁ ସବୁ ଜିଲ୍ଲାକୁ ଚାଲାଣ ହେଉଥିଲା ? କେଉଁଠୁ ଆଣୁଥିଲେ ? କିଏ ଏହାର ମାଷ୍ଟରମାଇଣ୍ଡ ? ବ୍ରାଉନସୁଗର ରାକେଟରେ ଆଉ କିଏ ସବୁ ସଂପୃକ୍ତ ଅଛନ୍ତି ? ଏସବୁ ଦିଗରେ ଖୋଳତାଡ ଚଳାଇଛି ଏସଟିଏଫ୍ ।
BREAKING NEWS
- ରାହୁଲଙ୍କ ଶତକ: ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୮୫ ରନର ଲକ୍ଷ୍ୟ ରଖିଲା ଭାରତ
- Telangana Stray Dogs Killing: ଧିକ୍ ମଣିଷ! ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବା ପାଇଁ ୫୦୦ କୁକୁରଙ୍କୁ ଦେଲେ ବଳି…କ୍ୟାମେରାରେ କଏଦ ହେଲା ଦୃଶ୍ୟ…
- ପଶ୍ଚିମବଙ୍ଗରେ ବ୍ୟାପୁଛି ନିପା ଭାଇରସ, ସତର୍କ ଓଡ଼ିଶା…
- Sukma Naxal Surrender:୨୯ ମାଓବାଦୀଙ୍କ ଆତ୍ମସମର୍ପଣ;ମୁଣ୍ଡରେ ଥିଲା ଦୁଇ ଲକ୍ଷ
- Russia Slams US Strike Threats: ମୁହାଁମୁହିଁ ଟ୍ରମ୍ପ – ପୁଟିନ; ହେବକି ଆଉ ଏକ ବିଶ୍ଵଯୁଦ୍ଧ?
- କିଏ ଏହି ମୁସଲିମ ବ୍ରଦରହୁଡ; ଯାହାକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା
- PM Modi New Office: ବଦଳୁଛି ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟାଳୟ… ଜାଣନ୍ତୁ କେଉଁଠି ରହିବ ପ୍ରଧାନମନ୍ତ୍ରୀଙ୍କ ନୂତନ କାର୍ଯ୍ୟାଳୟ, କ’ଣ ରହିଛି ଏହାର ବୈଶିଷ୍ଟ୍ୟ…
- ODI କ୍ରିକେଟରେ ପୁଣି ନ° ୧ ହେଲେ କୋହଲି…
- ରାୟଗଡ଼ାରେ ବାଣ ବିସ୍ଫୋରଣ; ୪ ଗୁରୁତର
- ଭାରତୀୟ ସେନାର ପଦାତିକ ବାହିନୀରେ ସାମିଲ ହେବେ ମହିଳା: ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ
Comments are closed.