Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ବଦଳିଲେ ପଶ୍ଚିମବଙ୍ଗ ପୋଲିସ ଡିଜି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବଦଳିଲେ ପୋଲିସ ଡିଜି ବୀରେନ୍ଦ୍ର । ତାଙ୍କୁ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ତାଙ୍କ ସ୍ଥାନରେ ୧୯୮୭ ବ୍ୟାଚ୍‌ ଆଇପିଏସ ଅଫିସର ପି. ନିରଞ୍ଜନାୟନଙ୍କୁ ବେଙ୍ଗଲ ପୋଲିସ ଡିଜି ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ସହ ଜଡ଼ିତ କୌଣସି ପଦରେ ବୀରେନ୍ଦ୍ର ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ନିଯୁକ୍ତି ପାଇବେ ନାହିଁ ।
ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଓ ସ୍ୱତନ୍ତ୍ର ପୋଲିସ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି । ଗତ ସପ୍ତାହରେ ସେମାନେ ଦେଇଥିବା ଜଏଣ୍ଟ ଆଡଭର୍ସ ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନେଇଛନ୍ତି ନିର୍ବାଚନ କମିଶନ । କିଛି ରାଜନୈତିକ ଦଳ ବି ପୂର୍ବତନ ପୋଲିସ ଡିଜିଙ୍କ ନାଁରେ ପକ୍ଷପାତିତା ଅଭିଯୋଗ ଆଣିଥିଲେ ।

ଆଜି ୧୦ଟା ସୁଦ୍ଧା ନିର୍ଦ୍ଦେଶନାମା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ନିର୍ବାଚନ କମିଶନଙ୍କୁ ଅବଗତ କରାଇବେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ । ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ତାରିଖ ଯାଏ ୮ଟି ପର୍ଯ୍ୟାୟରେ ଭୋଟ ନିଆଯିବ । ମେ’ ୨ ତାରିଖରେ ଭୋଟ୍ ଗଣତି ପରେ ବାହାରିବ ରେଜଲ୍ଟ ।

Leave A Reply

Your email address will not be published.