Latest Odisha News

ଦୁର୍ଦ୍ଦାନ୍ତ ପଥର ମାଫିଆ ଖୋର୍ଦ୍ଧାରେ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଅଞ୍ଚଳରୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍) ଟିମ୍ ରବିବାର ଦିନ ଜଣେ କୁଖ୍ୟାତ ପଥର ମାଫିଆକୁ ଗିରଫ କରିବା ପରେ ଆଜି ସଦର ପୋଲିସକୁ ହସ୍ତାନ୍ତର କରିଛି ।

ଗିରଫ ଅଭିଯୁକ୍ତଙ୍କ ନାମ ଧର୍ମେନ୍ଦ୍ର ମାନସିଂହ ଓରଫ୍ ନିତୁ ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଏସଟିଏଫ୍ ଟିମ୍ ବୋଲଗଡ ଅଞ୍ଚଳରେ ଚଢାଉ କରି ନିତୁକୁ ଗିରଫ କରିଥିବାବେଳେ ତା’ର ଭାଇ ଜିତୁ ମାନସିଂହ କୌଣସି ପ୍ରକାର ଖସିଯିବାରେ ସଫଳ ହୋଇଥିଲା । ପରବର୍ତ୍ତୀ ସମୟରେ ପୋଲିସ ଏକ କାର୍ ଜବତ କରିବା ସହ ବୋଲଗଡ ଥାନାକୁ ପଠାଇଥିବା ନେଇ ଜଣାପଡିଛି ।

ଅଭିଯୁକ୍ତ ନିତୁ ୨ଟି ଗୁଳି ମାଡ ଓ ବୋମାମାଡ ମାମଲାରେ ସମ୍ପୃକ୍ତି ଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ । ଏହାବ୍ୟତୀତ ତା’ ନାମରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି ।

ତେବେ ନିତୁ ଏକ ପଥର ମାଫିଆ ଗ୍ୟାଙ୍ଗ ସହ ସଂଶ୍ଲିଷ୍ଟ ଥିବାନେଇ ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି।

Leave A Reply

Your email address will not be published.