Latest Odisha News

BREAKING NEWS

ଶରୀରରେ କ୍ୟାଲସିୟମ ଅଭାବର ଲକ୍ଷଣ

ଶରୀରରେ ୯୦ପ୍ରତିଶତ କ୍ୟାଲସିୟମ ହାଡ଼ ଏବଂ ଦାନ୍ତରେ ଦେଖା ଯାଇଥାଏ । ତେବେ କେବଳ ହାଡ଼କୁ ଶକ୍ତ କରିବା ପାଇଁ କ୍ୟାଲସିୟମର ଆବଶ୍ୟକତା ରହିଛି ବୋଲି ଭାବିବା ଭୁଲ । ଏହା ସତ କି କ୍ୟାଲସିୟମ ଶରୀରର ପ୍ରତି କୋଷିକା ପାଇଁ ଆବଶ୍ୟକ । ଖାସ୍‌ କରି ହୃଦୟ, ରକ୍ତ, ମାଂସପେଶୀ ଇତ୍ୟାଦିକୁ ସୁସ୍ଥ ରଖିବା ପାଇଁ କ୍ୟାଲସିୟମର ଆବଶ୍ୟକତା ରହିଥାଏ ।

ଆସନ୍ତୁ ଜାଣିବା କ୍ୟାଲସିୟମ ଅଭାବର ଲକ୍ଷଣ ବିଷୟରେ
୧. କ୍ୟାଲସିୟମ ଅଭାବ ହେଲେ, ଲୋକେ ଅଳସୁଆ ହୋଇଯିବା ସହ କମ କାମ କରି ଥକି ଯାଇଥାନ୍ତି । ନିଦ ନ ଆସିବା ମଧ୍ୟ କ୍ୟାଲସିୟମ ଅଭାବର ଏକ ଲକ୍ଷଣ ।

୨. ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେବା, କ୍ୟାଲସିୟମ ଅଭାବର ପ୍ରାଥମିକ ସଙ୍କେତ ହୋଇଥାଏ । କ୍ୟାଲସିୟମ ଅଭାବ ହେଲେ ଚାଲିବା ସମୟରେ ବା ହାତ ଗୋଡ଼ ମୋଡ଼ିବା ସମୟରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।

୩. କ୍ୟାଲସିୟମର ଅଭାବ ହେଲେ ଦାନ୍ତରୁ ରକ୍ତ ବାହାରିବା ବା ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖା ଯାଇଥାଏ । ଛୋଟ ପିଲାମାନଙ୍କର ଦାନ୍ତ ବିଳମ୍ବରେ ଉଠୁଥିଲେ, କ୍ୟାଲସିୟମର ସମସ୍ୟା ଅଛି ବୋଲି ଜାଣି ନିଅନ୍ତୁ ।

Tooth decay

୪. କ୍ୟାଲସିୟମ ଅଭାବ ହେଲେ ମୁଣ୍ଡ ବୁଲାଇବା, କୌଣସି ଜିନିଷ ସହଜରେ ଭୁଲିଯିବା ବା କୌଣସି ଜିନିଷକୁ ନେଇ ଦ୍ୱନ୍ଦ ହେବା ଭଳି ସମସ୍ୟା ଦେଖା ଯାଇଥାଏ ।

ଯଦି ଆପଣ ନିଜ ଠାରେ ଏହି ସବୁ ଲକ୍ଷଣ ଅନୁଭବ କରୁଛନ୍ତି ତେବେ ଯଥାଶିଘ୍ର ଏହାର ପ୍ରତିକାର ପାଇଁ ସଠିକ ପଦକ୍ଷେପ ନିଅନ୍ତୁ ।

Leave A Reply

Your email address will not be published.