Latest Odisha News

ଖୋର୍ଦ୍ଧା ଜଙ୍କିଆରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ବେପାରୀ ଗିରଫ

ଖୋର୍ଦ୍ଧା: କ୍ରାଇମବ୍ରାଞ୍ଚ ଏସଟିଏଫକୁ ସଫଳତା । ପୁଣି ବ୍ରାଉସୁଗର ଜବତ । ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଓରବର ସିଂ ଗାଁରେ ଚଢ଼ାଉ କରି ୩୩୦ଗ୍ରାମ ବ୍ରାଉନସୁଗର ଜବତ କରିଛି ଏସଟିଏଫ୍ । ଜବତ ବ୍ରାଉନସୁଗରର ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ ।

ଏହାସହ ୮୦ଗ୍ରାମ୍ ସୁନା ବି ଜବତ ହୋଇଛି । ଏହି ଘଟଣାରେ ପୋଲିସ ଜଣେ ବ୍ରାଉନସୁଗର ବେପାରୀକୁ ଗିରଫ କରିଛି । ତାଙ୍କ ନାଁ ଅକ୍ଷୟ ବଳିୟାର ସିଂ । ଗତକାରି ରାତିରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଏସଟିଏଫ୍ ଓ ଜଙ୍କିଆ ଥାନା ପୋଲିସ ମିଳିତ ଚଢ଼ାଉ କରିଥିଲେ ।

ଗିରଫ ଅଭିଯୁକ୍ତକୁ ଏବେ ଏସଟିଏଫ ପଚରାଉଚରା ଜାରି ରଖିଛି । ବ୍ରାଉନସୁଗର ବେପାର ଲିଙ୍କ ଖୋଜୁଛି ପୋଲିସ । କେଉଁଠୁ ଆଣୁଥିଲେ ଧଳା ଜହର ଓ କେଉଁଆଡ଼େ ଚାଲାଣ କରୁଥିଲେ ସେନେଇ ତନାଘନା ତଦନ୍ତ କରୁଛି ଏସଟିଏଫ୍ ।

Comments are closed.