Latest Odisha News

ବାରକୋଟରୁ ବାଘ ଛାଲ ବେପାରୀଙ୍କୁ ବାନ୍ଧିଲା ଏସଟିଏଫ୍

ଭୁବନେଶ୍ୱର: ପୁଣି ବାଘ ଛାଲ ରାକେଟର ପର୍ଦ୍ଦାଫାସ । କ୍ରାଇମବ୍ରାଞ୍ଚ ଏସଟିଫ୍ ଦୁଇ ଜଣ ବେପାରୀଙ୍କୁ ଗିରଫ କରିଛି । ଦେବଗଡ଼ ଜିଲ୍ଲା ବାରକୋଟ ନିକଟରୁ ସେମାନଙ୍କୁ ବାନ୍ଧିଛି ଏସଟିଏଫ୍ । ଜବତ ହୋଇଛି ଏକ କଲରାପତରିଆ ବାଘ ଛାଲ । ଗିରଫ ଅଭିଯୁକ୍ତମାନେ ହେଲେ ଦେବଗଡ଼ ସଲୋହି ଗାଁର ସୋମନାଥ ପାତ୍ର ଓ ରାଜୀବ ଲୋଚନ ପାତ୍ର । ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ବାଘ ଛାଲ କାରବାର ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ସୂଚନା ଆଧାରରେ ଯୋଜନା ମୁତାବକ ବାରକୋଟର ବଣାଇ ଛକରେ ଚଢ଼ାଉ କରିଥିଲା ସ୍ୱତନ୍ତ୍ର ଟିମ୍ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଅପରାଧିକ ସାମଗ୍ରୀ ବି ଜବତ ହୋଇଛି । ଜବତ ବାଘଛାଲର ରସାୟନିକ ପରୀକ୍ଷା ପାଇଁ ଡେରାଡୁନ୍ ପଠାଯାଇଛି ।

Leave A Reply

Your email address will not be published.