ଯାଜପୁର: ଯାଜପୁର ଟାଉନ ଥାନାରେ କ୍ରାଇମ୍ବ୍ରାଞ୍ଚ ଟିମ୍ । ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାରେ କ୍ରାଇମ୍ବ୍ରାଞ୍ଚର ତନାଘନା ଆରମ୍ଭ। ବିଧାୟକଙ୍କୁ ଆକ୍ରମଣ, ରାସ୍ତାରୋକ ଓ ଟାଉନ୍ ଥାନା ଘେରାଉର ତଦନ୍ତ ଆରମ୍ଭ। ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ କ୍ରାଇମ୍ ବ୍ରାଞ୍ଚ ହାତକୁ ଗଲା ୩ ଟି ମାମଲା।
୩ଟି ଟିମ ଗଠନ କରି ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ADG ବିନୟତୋଷ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଦନ୍ତ କରୁଛି କ୍ରାଇବ୍ରାଞ୍ଚ। ତଦନ୍ତ ଅଧିକାରୀଙ୍କ ସହ ଆଡିସନାଲ ଏସ୍ପି ଓ ଡିଏସପିଙ୍କର ଦକ୍ଷ ଅଧିକାରୀଙ୍କୁ ନେଇ ଟିମ ଗଠନ କରିଛି କ୍ରାଇମ ବ୍ରାଞ୍ଚ। ଆଜି ପ୍ରଥମ ପର୍ଯ୍ଯ୍ୟାୟରେ ବିଧାୟକଙ୍କ ପିଏସଓ଼ ବୟାନ ରେକର୍ଡ କରିବ। ସେହିପରି ବିଧାୟକଙ୍କୁ ଆକ୍ରମଣ ଘଟଣାରେ କଲ୍ (CDR) ରେକର୍ଡ଼ ଅନୁସାରେ ବବି ଦାସଙ୍କୁ ପଚରାଉଚୁରା କରିବା ସହ ପୂର୍ବତନ ବିଧାୟକଙ୍କୁ ତଦନ୍ତ ପରିସର ଭୁକ୍ତ କରି ପାରେ କ୍ରାଇମବ୍ରାଞ୍ଚ।
ରବିବାର ଏହି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏହି ମାମଲାର ତଦନ୍ତ ପାଇଁ ଡିଏସ୍ପିଙ୍କ ନେତୃତ୍ବରେ ଏକ ୬ ଜଣିଆ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଦିଆଯାଇଥିବା ୩ଟି ଏତଲା ଉପରେ ତଦନ୍ତ କରିବ। ଅନ୍ୟପଟେ ବିରୋଧୀ ବିଜେଡ଼ି ଏହି ମାମଲାରେ ରାଜ୍ୟ ସରକାରଙ୍କୁ ନିନ୍ଦା କରିଛି। ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ପରେ ବିରଜା ହାଟରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ଯାଜପୁର ପୋଲିସ ପ୍ରଥମେ ୧୦ ଜଣଙ୍କୁ ଗିରଫ କରିଥିବା ବେଳେ ପରେ ଆଉ ୮ଜଣ ଗିରଫ ହୋଇଛନ୍ତି।
ପୋଲିସ ନିଜ ଆଡୁ ଦୁଇଟି ମାମଲା ରୁଜୁ କରିଥିବା ବେଳେ ଅନ୍ୟ ଦୁଇଟି ମାମଲା ମଧ୍ୟ ରୁଜୁ କରାଯାଇଛି। ରୁଜୁ ହୋଇଥିବା ସମସ୍ତ ମାମଲାରେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଭାଇ ଭବପ୍ରସାଦ ଦାସ (ଲଲ)ଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ସେହିପାରି ବବିଙ୍କ ଅନ୍ୟ ଜଣେ ଭାଇ ବଳଭଦ୍ର ଦାସ ଓ ଯାଜପୁର ପୌର ପରିଷଦର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି। ଏହା ମଧ୍ୟରେ ଯାଜପୁରର ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଗତକାଲିଠାରୁ ଆଜି ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହି ଘଟଣାକ୍ରମରୁ ବବିଙ୍କ ଭାଇ ଭବଙ୍କୁ ପୁଲିସ ଗିରଫ କରିବ ବୋଲି ଆଶଙ୍କା କରାଯାଉଥିଲା।