Latest Odisha News

BREAKING NEWS

ଖୋର୍ଦ୍ଧା ବିଜେପି ନେତା ହତ୍ୟା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

କଟକ : ବିଜେପି ନେତା ତଥା ଖୋର୍ଦ୍ଧାର ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପୋଲିସ ତଦନ୍ତ କରିବ ।

ଏହି ବିଜେପି ନେତାଙ୍କୁ ରବିବାର ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ଗୁଳି କରି ହତ୍ୟା କରିଥିଲେ ।

ଏନେଇ ଅତିରିକ୍ତ ଡିଜିପି ବି କେ ଶର୍ମା ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, କ୍ରାଇମବ୍ରାଞ୍ଚ ଡିଏସପି ପ୍ରମୋଦ ରଥ ଓ ଆଇଜି ଅରୁଣ ବୋଥ୍ରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ହତ୍ୟାକାଣ୍ଡର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ।

ସେହିପରି ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ଘଟଣାର ତଦନ୍ତରେ କ୍ରାଇମବ୍ରାଞ୍ଚ ଅଧିକାରୀମାନଙ୍କୁ ସହଯୋଗ କରିବେ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.