Latest Odisha News

BREAKING NEWS

ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

କଟକ : ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଗ୍ରହଣ କରିବ ବୋଲି ଶନିବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛି ।

ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ)ର ଅଧ୍ୟକ୍ଷା ଡଃ ଜହାନା ଆରା ବେଗମ୍ ମଙ୍ଗଳାବାଗ ଥାନାରେ ଏତଲା ଦାୟର କରିବାର ଗୋଟିଏ ଦିନ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ଘୋଷଣା କରାଯାଇଛି ।

ଏହି ଏତଲାକୁ ଗ୍ରହଣ କରି ମଙ୍ଗଳାବାଗ ଥାନା ପକ୍ଷରୁ ଆଇପିସି ଧାରା ୪୦୮ ଓ ଓଡିଶା କଣ୍ଡକ୍ଟ ଅଫ ଏକ୍ଜାମିନେସନ ଆକ୍ଟ, ୧୯୮୮ ଆଧାରରେ ଏହି ଦଫା ଲଗାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଶୁକ୍ରବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ଜାନୁଆରୀ ୧୬ ତାରିଖରେ ବିଏସଇ ପକ୍ଷରୁ ଏକ ପତ୍ର ମାଧ୍ୟମରେ ପ୍ରଶ୍ନପତ୍ର ଲିକ୍ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଅନୁରୋଧ କରିଥିଲା । ଆମେ ତାଙ୍କୁ ସ୍ଥାନୀୟ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିବା ପାଇଁ କହିଥିଲୁ ଏବଂ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ସବୁ ପ୍ରକାର ବୈଷୟିକ ସହଯୋଗ ପ୍ରଦାନ କରିବା ସହ ଖୁବଶୀଘ୍ର ଏହି ମାମଲାର ସମାଧାନ କରିବା ପାଇଁ ଚେଷ୍ଟା କରିବ ବୋଲି ସେ କହିଥିଲେ ।

Leave A Reply

Your email address will not be published.