Latest Odisha News

BREAKING NEWS

ଡିଆରଡିଓ ତଥ୍ୟ ଲିକ୍ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର : ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ଲିକ୍ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜି ଅଭୟଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚ ଏହି ତଦନ୍ତ ଭାର ନେଇଛି । ମାମଲାର ତଦନ୍ତ ପାଇଁ ଅତିରିକ୍ତ ଏସ୍‌ପି ପ୍ରଶାନ୍ତ ବିଷୋୟୀଙ୍କ ନେତୃତ୍ବରେ ୪ ଜଣିଆ ଟିମ୍‌ ଗଠନ ହୋଇଛି । ତଦନ୍ତ ଭାର ଗ୍ରହଣ କରିବାକୁ ବାଲେଶ୍ବର ଯାଇଛି କ୍ରାଇମବ୍ରାଞ୍ଚ ଟିମ୍‌ । ଡିଆରଡିଓର ଗୁପ୍ତତଥ୍ୟ ଲିକ୍‌ ଘଟଣାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।

ସେପଟେ ଚତୁର୍ଥ ଅଭିଯୁକ୍ତର ନାଁ ଜଣାପଡିଛି । ସେ ହେଉଛନ୍ତି ହେମନ୍ତ ମିସ୍ତ୍ରୀ । ହେମନ୍ତ ଆଇଟିଆରର ଡିଜି ଅପରେଟର ଭାବେ କାର୍ଯ୍ୟ କରୁଥିଲେ । ଏପଟେ ଅନ୍ୟ ୨ ଜଣ ଅଭିଯୁକ୍ତଙ୍କୁ ଚାନ୍ଦିପୁର ଥାନାରେ ଅଟକ ରଖିଛି ପୋଲିସ । ଗୁପ୍ତ ତଥ୍ୟ ଲିକ୍‌ କରିବା ଘଟଣାରେ ଚାଲିଛି ପଚରାଉଚରା । ଅଟକ ହୋଇଥିବା ଦୁଇ ଜଣ ହେଉଛନ୍ତି ପ୍ରକାଶ ବେହେରା ଓ ସଚିନ୍ କୁମାର । ପ୍ରକାଶ ବେହେରା ଠିକା କର୍ମଚାରୀ ଭାବେ କାମ କରୁଥିବା ବେଳେ, ଷ୍ଟାଫ୍ ଡ୍ରାଇଭର ଥିଲେ ସଚିନ୍ କୁମାର । ବିଦେଶୀ ଏଜେଣ୍ଟଙ୍କୁ ଗୋପନ ତଥ୍ୟ ଯୋଗାଇବା ଅଭିଯୋଗରେ ଗତକାଲି ୪ ଠିକା କର୍ମଚାରୀଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ନାଁରେ ଦେଶଦ୍ରୋହ ସହ ଅନେକ ସଂଗୀନ୍ ଦଫାରେ ମାମଲା ରୁଜୁ ହୋଇଛି । ୩ ମାସ ଧରି ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ହନିଟ୍ରାପ୍‌ ଦ୍ବାରା ଗୁପ୍ତ ତଥ୍ୟ ହାତଉଥିଲେ ପାକିସ୍ତାନ ଏଜେଣ୍ଟ । ପାକିସ୍ତାନ ଏଜେଣ୍ଟଙ୍କୁ ମିଲିଟାରୀ ବ୍ଲୁପ୍ରିଣ୍ଟ ପଠାଉଥିଲେ ଏହି ଅସ୍ଥାୟୀ କର୍ମଚାରୀ । ଏନେଇ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍‌ ସୁରାକ ପାଇବା ପରେ ଧରିବାକୁ ଆରମ୍ଭ ହୋଇଥିଲା ସିକ୍ରେଟ୍‌ ପ୍ଲାନ୍ ।

Leave A Reply

Your email address will not be published.