Latest Odisha News

BREAKING NEWS

ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ,ଫୋକସ୍‌ରେ ପଞ୍ଚାୟତ ନିର୍ବାଚନ

ଭଦ୍ରକ : ଭଦ୍ରକ ଜିଲ୍ଲାରେ ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାର ବହୁ ବିଜେଡି ନେତୃବୃନ୍ଦ ଉପସ୍ଥିତ ରହି ଦଳୀୟ ସାଙ୍ଗଠନିକ ଉପରେ ଆଲୋଚନା କରିଥିଲେ । ବାଇପାସ ସ୍ଥିତ ସଙ୍ଗମ ମଣ୍ଡପ ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ ଏହି ବୈଠକରେ ଯୋଗଦେଇ ଆଗାମୀ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ଗାଁ ଠୁ ସହରର ସମସ୍ତ ଲୋକଙ୍କ ନିକଟରେ ପହଁଚାଇବା ଆବଶ୍ୟକ ତା ସହ ଦଳୀୟ ଶୃଙ୍ଖଳା ଭିତରେ ରହି ସମସ୍ତେ କାମ କରିବା ଆବଶ୍ୟକ ବୋଲି ଦଳିୟ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ ବିଧାୟକ । ଏହି କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ସମେତ ବିଜୁ ଜନତା ଦଳର ସମସ୍ତ ବିଧାୟକ ମାନେ ଉପସ୍ଥିତ ରହିଥିଲେ ।ଆଗାମୀ ପଞ୍ଚାୟତ ନିର୍ବାଚନକୁ ଫୋକସ୍ କରି ଏହି ବୈଠକର ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.