Latest Odisha News

BREAKING NEWS

ଭଣ୍ଡାରିପୋଖରୀ ବାଙ୍କମୁହଁ ଗାଁରେ ଅଘଟଣ, ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ଭଦ୍ରକ : ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ହେଲେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଞ୍ଚାୟତ ବାଙ୍କମୁହାଁ ଗ୍ରାମର ଲକ୍ଷ୍ମୀଧର ପୂର୍ତ୍ତି । ଲକ୍ଷ୍ମୀଧର ସକାଳେ ଶୌଚ ହେବା ପାଇଁ ପୋଖରୀକୁ ଯାଇଥିଲେ । ମାତ୍ର ଅସାବଧାନତା କାରଣରୁ ଗୋଡ଼ ଖସିଯାଇଥିଲା । ଫଳରେ ପୋଖରୀରେ ବୁଡି ଯାଇଥିଲେ ଲକ୍ଷ୍ମୀଧର । ସ୍ଥାନୀୟ ଲୋକ ଉଦ୍ଧାର କରି ଲକ୍ଷ୍ମୀଧରଙ୍କୁ ଭଣ୍ଡାରିପୋଖରୀ ମେଡିକାଲକୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଧାମନଗର ବ୍ଲକ ରାମରାକୂଳରେ ବୈତରଣୀ ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ସୁଶାନ୍ତ ସାହୁଙ୍କ ମୃତ୍ୟୁ ହୋଇଛି । ଧାମନଗର ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର କରିଥିଲା ।

Leave A Reply

Your email address will not be published.