Latest Odisha News

BREAKING NEWS

‘ମିଠା’ ପାଇଁ ବାପା ହାତରେ ଗଲା ୨୦ ମାସ ଶିଶୁର ଜୀବନ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଗୋଣ୍ଡିଆ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ନିଜ ୨୦ ମାସର ଝିଅକୁ ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ଏ ହତ୍ୟା ପଛର କାରଣ ହେଉଛି ଉକ୍ତ ବ୍ୟକ୍ତଙ୍କ ସ୍ତ୍ରୀ ଝିଅ ପାଇଁ ମିଠା କିଣିବା ଲାଗି ୫ ଟଙ୍କା ମାଗିବା ପରେ ବ୍ୟକ୍ତି ଜଣଙ୍କ ନିଜ ୨୦ ମାସର ଝିଅକୁ ହତ୍ୟା କରିଥିବା ଜଣାପଡ଼ିଛି।

ଫେବୃଆରୀ ୨ ରେ ମୁମ୍ବାଇ ଠାରୁ ୯୦୦ କିଲୋମିଟର ଦୂରରେ ଥିବା ଲୋନାରା ଗ୍ରାମରେ ଏହି ଘଟଣା ଘଟିଥିଲା। ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ଝିଅ ବ୍ୟକ୍ତିଙ୍କୁ କହିଥିଲେ ଯେ ଝିହ ମିଠା ଖାଇବାକୁ କାନ୍ଦୁଛି ଏବଂ ସେଥିପାଇଁ ସେ ୫ ଟଙ୍କା ମାଗିଥିଲେ। ଏହାପରେ ୨୮ ବର୍ଷୀୟ ବିବେକ ଉଇକେ ନାମକ ଅଭିଯୁକ୍ତ ଜଣକ ତାଙ୍କ ଝିଅକୁ ଅତ୍ୟଧିକ କ୍ରୋଧିତ ହୋଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ ପୋଲିସ କହିଛି ଯେ ଯେତେବେଳେ ମହିଳା ଜଣକ ଶିଶୁଟିକୁ ଶାନ୍ତ କରିବା ପାଇଁ ମିଠା କିଣିବା ପାଇଁ ତାଙ୍କ ସ୍ୱାମୀଙ୍କଠାରୁ ୫ ଟଙ୍କା ଟଙ୍କା ମାଗିଥିଲେ, ସେତେବେଳେ ସେ ଶିଶୁଟିକୁ ଉଠାଇ ନେଇ ବାରମ୍ବାର କବାଟରେ ତା ମୁଣ୍ଡକୁ ପିଟି ପକାଇଥିଲେ। ଶିଶୁଟିର ମା ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ଉପରେ ବିବେକ ଆକ୍ରମଣ କରିବାକୁ ପଛାଇ ନଥିଲେ। ଏହାପରେ କୌଣସି ପ୍ରକାରେ ଶିଶୁଟିକୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସା ପୂର୍ବରୁ ଶିଶୁଟିକୁ ସେଠାରେ ମୃତ ଘୋଷଣା କରାଯାଇଥିଲା।

ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିଲା।ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇ ବିବେକଙ୍କୁ ଗିରଫ କରାଯାଇଥିଲା।

 

Comments are closed.