Latest Odisha News

BREAKING NEWS

ଆସନ୍ତାକାଲି ରାଜ୍ୟରେ ନବ ନିର୍ମାଣ କୃଷକ ସଙ୍ଗଠନର ଚକାଜାମ୍ ଡାକରା

ଭୁବନେଶ୍ବର: କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ସାରା ଦେଶରେ ଚକାଜାମ୍ ଡାକରା ଦେଇଛି କୃଷକ ସଙ୍ଗଠନ । ଏହାକୁ ଓଡ଼ିଶାରେ ସମର୍ଥନ ଜଣାଇ ନବ ନିର୍ମାଣ କୃଷକ ସଙ୍ଗଠନ ଆସନ୍ତାକାଲି ଚକ ଅଖ ଜାମ୍ ଡାକରା ଦେଇଛି । ଆସନ୍ତାକାଲି ଦିନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯିବ ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କରାଯାଇଛି।

ରାସ୍ତାରେ ବିକ୍ଷୋଭ କରିବା ସହ କେନ୍ଦ୍ର ସରକାର କୃଷକଙ୍କ ଉପରେ କରୁଥିବା ଅତ୍ୟାଚାର ବିଷୟରେ ବୁଝାଯିବ ବୋଲି ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି । କେନ୍ଦ୍ରର ତିନି କୃଷି ଆଇନ୍‌ ବିରୋଧରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ଦେଶବ୍ୟାପୀ ଚକା ଜାମ୍ ଡାକରାରେ ସାମିଲ୍‌ ହେବ ନାହିଁ ଭାରତୀୟ କିଷାନ ସଂଘ । ଆସନ୍ତାକାଲି ସଟ୍‌ଡାଉନ୍‌ ବଦଳରେ ତିନି ଘଣ୍ଟା ଚକା ଜାମ୍ କରାଯିବ ବୋଲି ସଂଘ କହିଛି ।

Leave A Reply

Your email address will not be published.