Latest Odisha News

BREAKING NEWS

ମୁଖ୍ୟ ପ୍ରଶାସକଙ୍କ କଡ଼ା ଟିପ୍ପଣୀ: ଏଣିକି ରଥ ଉପରକୁ ସେବାୟତ ନେଇପାରିବେନି ମୋବାଇଲ

ପୁରୀ: ନୀତିକାନ୍ତିଙ୍କୁ ଶୃଙ୍ଖଳିତ କରିବା ପାଇଁ ମୁଖ୍ୟ ପ୍ରଶାସକଙ୍କ କଡ଼ା ଟିପ୍ପଣୀ। ରଥଯାତ୍ରା ବେଳେ ଅଣସେବାୟତ ରଥ ଉପରକୁ ଚଢ଼ି ପାରିବେନି। ସେହିପରି ରଥ ଉପରକୁ ସେବାୟତ ନେଇପାରିବେନି ମୋବାଇଲ। କୌଣସି ପ୍ରକାର ଅନଧିକୃତ କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ହେବ।

ସମସ୍ତଙ୍କୁ ରଥ ଉପରେ ମୋବାଇଲ୍‌ ବାରଣ କରାଯାଇଛି। ଯଦି ରଥ ଉପରେ ମୋବାଇଲ ଦେଖିବାକୁ ମିଳେ ତେବେ କେବଳ ସିଜ୍‌ ନୁହେଁ ବରଂ ଫୌଜଦାରୀ ମାମଲା ହେବ। ଜୁନ୍‌ ୨୬ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏନେଇ ଚଳଚଞ୍ଚଳ ରଥଖଳା। ରଥ ନିର୍ମାଣରେ ଲାଗିଛନ୍ତି ମହାରଣା। ରଥଯାତ୍ରା ପାଇଁ ପୁରୀ ପ୍ରଶାସନ ମଧ୍ୟ ସଜାଗ ହେଉଛି।

କେମିତି ସୁରୁଖୁରୁରେ ରଥଯାତ୍ରା ଆରମ୍ଭ ହେବ ଏବଂ ଶାନ୍ତି ଶୃଙ୍ଖଳାର ସହ ଭକ୍ତ ରଥ ଯାତ୍ରାରେ ସାମିଲ ହେବ ସେନେଇ ପ୍ରସ୍ତୁତିରେ ଲାଗିପଡିଛି ପ୍ରଶାସନ। ତେଣୁ ରଥଯାତ୍ରାରେ କିଛି କଡା ନିୟମ କାର୍ଯ୍ୟକାରୀ କରାଯିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ।

Comments are closed.