Latest Odisha News

BREAKING NEWS

ଯୋଗୀଙ୍କ ଡରରେ ଥରୁଛନ୍ତି ଅପରାଧୀ! ପ୍ରଥମେ ଲେଖିକି ଦିଅ, ଗୁଳି ମାରିବନି

ହରଦୋଇ: ଉତ୍ତରପ୍ରଦେଶର ଅପରାଧୀଙ୍କୁ ଘାରିଛି ଏନକାଉଣ୍ଟର ଭୟ । ଆଉ ଭୟ ଏମିତି ଘାରିଛି ଯେ ଜେଲରେ ରହିବେ ପଛେ, ଜାମିନରେ ମୁକୁଳିବାକୁ ଚାହୁଁନାହାନ୍ତି ଅପରାଧୀ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ । ସୂଚନା ପ୍ରକାରେ ଉତ୍ତରପ୍ରଦେଶ ହରଦୋଇ ଜେଲରେ ବନ୍ଦ ଥିବା ଜଣେ ଅପରାଧୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲକୁ ନେବାର ଥିଲା । ଏହି କଏଦୀଙ୍କ ନାମ ରିଜୱାନ ଥିବାବେଳେ ତାଙ୍କର ଡାଏଲିସିସ ପାଇଁ ମେଡିକାଲକୁ ଅଣାଯାଇଥିଲା । କିନ୍ତୁ ରିଜୱାନ ଡାଏଲିସିସ ପାଇଁ ମନା କରିଦେଇଥିଲା । ସେ ଡାକ୍ତରଖାନା ବାହାରେ ଛିଡା ହୋଇ ରହିଥିଲା ଓ ଏକ ପ୍ରତିଶ୍ରୁତି ପୂରଣ ନ ହେବା ଯାଏଁ ଡାକ୍ତରଖାନା ଭିତରକୁ ଯିବ ନାହିଁ ବୋଲି ଜିଦ୍ଦି କରିଥିଲା ।

ସେ କହିଥିଲା ଯେ ପ୍ରଥମେ ଏକ କାଗଜରେ ତାଙ୍କୁ ପୁଲିସ ଲେଖିକି ଦେଉ ଯେ, ରାସ୍ତାରେ ତାଙ୍କୁ ଗୁଳି ମାରିବ ନାହିଁ । ରିଜୱାନ କହିଛି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଲିସଙ୍କୁ ଏମିତି କହିଛନ୍ତି ଯେ ସେମାନେ ଖାଲି ଅପରାଧୀଙ୍କୁ ଗୁଳି ମାରିବାକୁ ଚେଷ୍ଟା କରୁଛନ୍ତି । ଆଉ ଏହି ଭୟରେ କାଳେ ସେ ବି ପୁଲିସର ଗୁଳିର ଶିକାର ହୋଇଯିବ, ସେଥିପାଇଁ ପ୍ରତିଶ୍ରୁତି ମାଗିଥିଲା। ଉଲ୍ଲେଖ ଥାଉ କି, ଯୋଗୀ ଆଦିତ୍ୟନାଥ ଏବେ ଅପରାଧୀମୁକ୍ତ ଉତ୍ତରପ୍ରଦେଶ ପାଇଁ ଅଭିଯାନ ଚଳାଇଥିବାବେଳେ ମାଫିଆଙ୍କ ସହ ଅପରାଧୀଙ୍କ ଉପରେ କଡା ଆକ୍ସନ ନେଉଛନ୍ତି ।

Comments are closed.