Latest Odisha News

BREAKING NEWS

ପୋଖରାନ୍ ରେଞ୍ଜରେ ଶକ୍ତିଶାଳୀ ‘ପିନାକ’ ରକେଟର ସଫଳ ପରୀକ୍ଷଣ କଲା ଭାରତ

ବାଲେଶ୍ୱର: ଭାରତ ଓ ପାକିସ୍ତାନ ମଧ୍ୟରେ ଏବେ ପ୍ରବଳ ଉତ୍ତେଜନା ଜାରି ରହିଥିଲେ ମଧ୍ୟ ଭାରତ ସୋମବାର ଦିନ ୨ଟି ପିନାକ ରକେଟର ସଫଳ ପରୀକ୍ଷଣ କରି ସେନାର ଶକ୍ତିକୁ ଆହୁରି ମଜବୁତ କରିପାରିଛି । ଏହି ଦୁଇଟି ଶକ୍ତିଶାଳୀ ପିନାକ ରକେଟକୁ ସୋମବାର ଦିନ ଭାରତୀୟ ପ୍ରତିରକ୍ଷା ବିଭାଗର ପୋଖରାନ୍ ରେଞ୍ଜରୁ ସଫଳ ପରୀକ୍ଷଣ କରାଯାଇଛି ।

ଏହି ପରୀକ୍ଷଣ ଦ୍ୱାରା ପିନାକ ରକେଟର ଲକ୍ଷ୍ୟଭେଦ କ୍ଷମତା ୯୦ କିମିକୁ ବୃଦ୍ଧି ହୋଇଛି ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ ସ୍ୱୀକାର କରାଯାଇଛି । ଏହି ପରୀକ୍ଷଣ ସମୟରେ ଏହି ଦୁଇଟି ପିନାକ ରକେଟ ଟାର୍ଗେଟକୁ ସଫଳତାର ସହିତ ଭେଦ କରିପାରିଥିଲା ।

ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ, ପୂର୍ବରୁ ଏହି ପିନାକ ରକେଟର ଲକ୍ଷ୍ୟଭେଦୀ କ୍ଷମତା ୬୦ କିଲୋମିଟର ଥିଲା । ପୂର୍ବରୁ ଏହା ୭୦ କିମି ଦୂରତାକୁ ବୃଦ୍ଧି ପାଇ ୨୦୧୮ ମସିହାରେ ସଫଳ ପରୀକ୍ଷଣ ହୋଇଥିଲା । ମାତ୍ର ଏବେ ଆହୁରି ୩୦ କିମି ଦୂରତା ବୃଦ୍ଧି ପାଇବା ଫଳରେ ଏହା ୯୦ କିମି ଦୂରତାରେ ଟାର୍ଗେଟକୁ ସହଜରେ ଭେଦ କରି ଶତ୍ରୁପକ୍ଷର ଅନେକ କ୍ଷତି ପହଞ୍ଚାଇ ପାରିବ । ଏହା ଏବେ ଭାରତୀୟ ସେନାରେ ସାମିଲ ହୋଇପାରିବ ।

ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଏହି ପିନାକ ରକେଟ ପୁଣେସ୍ଥିତ ଆର୍ମାମେଣ୍ଟ ରିସର୍ଚ୍ଚ ଏଣ୍ଡ୍ ଡ଼େଭେଲପମେଣ୍ଟ ତଥା ହାଇଦ୍ରାବାଦର ଡ଼ିଫେନ୍ସ ରିସର୍ଚ୍ଚ ଏଣ୍ଡ୍ ଡ଼େଭେଲପମେଣ୍ଟ ଲାବୋରେଟୋରୀ ଦ୍ୱାରା ବିକଶିତ ହୋଇଛି ।

Leave A Reply

Your email address will not be published.