Latest Odisha News

BREAKING NEWS

କେନ୍ଦ୍ରାପଡା: ପୋଲିସ ଗୁଳିରେ ଅପରାଧୀ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ଗରାପୁର ଭିଜିଲାନ୍ସ ଅଫିସ ନିକଟରେ ହୋଇଥିବା ପୋଲିସର ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି ।

ଆହତ ଅପରାଧୀ ଜଣକ ହୃଷିକେଶ ମଲ୍ଲିକ ବୋଲି ଜଣାପଡିଛି ।

ତା’ ନିକଟରୁ ଗୋଟିଏ ନକଲି ବନ୍ଧୁକ, ୩ଟି ଧାରୁଆ ଅସ୍ତ୍ର ଓ ଗୋଟିଏ ବାଇକ ଜବତ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

ଆହତ ଅପରାଧୀର ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ନେଇ ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ ଅପରାଧି ଓ ତା’ର ସହଯୋଗୀମାନେ ଜଣକ ଘରେ ପଶି ଚୋରୀ କରିବା ସହ ପରିବାର ବର୍ଗଙ୍କୁ ଆକ୍ରମଣ ମଧ୍ୟ କରିଥିଲା । ଏହି ଘଟଣାରେ ପୋଲିସ କୌଣସି ସୁତ୍ରରୁ ଖବର ପାଇ କେନ୍ଦ୍ରାପଡା ପୋଲିସ ଓ କୋରାପୁଟ ପୋଲିସର ମିଳିତ ଉଦ୍ୟମରେ ତାକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ହୃଷିକେଶ ଓ ତା’ର ସହଯୋଗୀ ଖସିଯିବାକୁ ଚେଷ୍ଟା କରି ପୋଲିସ ଉପରକୁ ଗୁଳି ଚାଳନା କରିଥିଲା ବେଳେ ଏହାର ପାଲଟା ଜବାବରେ ପୋଲିସ୍ ଗୁଳି ଚାଳନା କରିଥିଲା।

ତେବେ ଏହି ଏନକାଉଣ୍ଟରରେ ହୃଷିକେଶ ଆହତ ହୋଇଥିବା ବେଳେ ତା’ର ସହଯୋଗୀମାନେ ଫେରାର ହୋଇଯାଇଥିବା ନେଇ ପୋଲିସ ସୁତ୍ରର ପ୍ରକାଶ ।

Leave A Reply

Your email address will not be published.