Latest Odisha News

BREAKING NEWS

ଆଜି ପବିତ୍ର ମହାଳୟା; ପିତୃପୁରୁଷଙ୍କୁ ପିଣ୍ଡଦାନର ତିଥି

ଭୁବନେଶ୍ୱର: ଆଜି ପବିତ୍ର ମହାଳୟା ଅମାବାସ୍ୟା । ଏହି ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବାର ବିଶ୍ୱାସ ରହିଛି ।

ଗତ ୧୫ ଦିନ ଧରି ଆରମ୍ଭ ହୋଇଥିବା ପିତୃପକ୍ଷର ଆଜି ଶେଷଦିନ । ଶ୍ରୀମନ୍ଦିର ବାଇଶିପାହାଚରେ କିଛି ଶ୍ରଦ୍ଧାଳୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତପର୍ଣ କରୁଥିବାବେଳେ ଆଉ କିଏ ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ତପର୍ଣ କରୁଛି ।

ଯେଉଁମାନେ ତିଥିରେ ପିତୃପୁରଷଙ୍କର ଶ୍ରାଦ୍ଧ କରିପାରିନଥାନ୍ତି, ସେମାନେ ଏହି ଦିନରେ ପିଣ୍ଡଦାନ ତଥା ଶ୍ରାଦ୍ଧ କରିବାର ପରମ୍ବରା ରହିଛି । ପିତୃପକ୍ଷରେ ବିଶେଷକରି ପିତା, ପିତାମହ ତଥା ପୂର୍ବପୁରୁଷ ଆଦିଙ୍କ ଉଦ୍ଦେଶ୍ୟରେ ତପର୍ଣ କରାଯିବାର ବିଧି ରହିଛି ।

Leave A Reply

Your email address will not be published.