Latest Odisha News

BREAKING NEWS

ଭାରତୀୟ ନୌସେନାରେ ସାମିଲ ହେଲା ‘ଆଇଏନଏସ୍ ଖଣ୍ଡେରି’

ନୂଆଦିଲ୍ଲୀ: ଦେଶର ନିଜସ୍ବ ଜ୍ଞାନକୌଶଳରେ ‘ନିର୍ମିତ ଆଇଏନଏସ ଖଣ୍ଡେରି’ ଶନିବାର ଦିନ ଭାରତୀୟ ନୌସେନାରେ ସାମିଲ ହୋଇଛି।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତିରେ ଏହାକୁ ନୌସେନେରେ ସାମିଲ କରାଯାଇଥିବା ବେଳେ ଏନେଇ ଟ୍ବିଟ୍ କରିଛନ୍ତି ସେ।

। କଲଭେରୀ ଶ୍ରେଣୀର ଏହା ଦ୍ବିତୀୟ ବୁଡ଼ାଜାହାଜ। ଯାହାକି ବିଶ୍ବସ୍ତରର ଅତ୍ୟାଧୁନିକ ବୁଡ଼ା ଜାହାଜର ସମକକ୍ଷ ବୋଲି ସୂୂଚନା ମିିଳିିଛି ।

‘ଆଇଏନଏସ ଖଣ୍ଡେରି’ ବିଶ୍ବସ୍ତରୀୟ ଟେକ୍ନୋଲୋଜୀରେ ନିର୍ମିତ। ଏହା ବିଦ୍ୟୁତ ଏବଂ ଡିଜେଲ ଉଭୟ ଫୁଏଲରେ ପରିଚାଳିତ ହେବ ସହ ଏହା ସର୍ବାଧିକ ୨୦ ନଟିକାଲ ମାଇଲରେ ବେଗରେ ଯାତ୍ରା କରିପାରିବ।

 

Leave A Reply

Your email address will not be published.