Latest Odisha News

BREAKING NEWS

ଗଞ୍ଜାମରେ ପୁଣି ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଆହତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ଗୋଟିଏ ଦିନ ପୂର୍ବରୁ ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ସୁଶାନ୍ତ ବେହେରା ଆହତ ହୋଇଥିବା ବେଳେ ରବିବାର ଦିନ ଅନ୍ୟଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସ୍ ଧରିବାରେ ସଫଳ ହୋଇଛି ।

ଆହତ ଅପରାଧୀ ଜଣକ ପ୍ରମୋଦ ବାରିକ (୨୯) ବୋଲି ଜଣାପଡିଛି ।

ଏହି ଏନକାଉଣ୍ଟରରେ ତା’ର ବାମ ଗୋଡରେ ଗୁଳି ବାଜିଥିବାବେଳେ ଘଟଣାରେ ୨ ଜଣ ପୋଲିସ କନେଷ୍ଟବଳ ମଧ୍ୟ ଆହତ ହୋଇଥିବା ଜଣାପଡିଛି ।

ଅନ୍ୟପକ୍ଷରେ ଆହତ ପ୍ରମୋଦକୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ଜଣାପଡିଛି ।

ତେବେ ପ୍ରମୋଦ ନିକଟରୁ ଗୋଟିଏ ବାଇକ୍, ଗୋଟିଏ ମାଉଜର୍, ୨ଟି ଗୁଳି ଜବତ କରାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.