Latest Odisha News

BREAKING NEWS

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏମସିଏଲ୍ କର୍ମଚାରୀ ମୃତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ହୀରାକୁଦ ରେଳ ଷ୍ଟେସନ୍ ନିକଟରେ ଏକ କାର୍ ସହ ସ୍କୁଟର ଧକ୍କା ହେବା ଫଳରେ ରବିବାର ଦିନ ଜଣଙ୍କର ମୃତ୍ୟୁ ଘଟିଛି ।

ମୃତକ ଜଣକ ରାଜେନ୍ଦ୍ର ମିଶ୍ର ଏବଂ ସେ ମହାନଦୀ କୋଲ୍ ଲିମିଟେଡ୍ (ଏମସିଏଲ)ର କର୍ମଚାରୀ ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ରାଜେନ୍ଦ୍ର ଆଜି ସକାଳେ ଅଫିସ୍ ଅଭିମୁଖେ ଯାଉଥିବା ବେଳେ ଏକ ଦ୍ରୁତଗାମୀ କାର୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

Leave A Reply

Your email address will not be published.