Latest Odisha News

BREAKING NEWS

ବଲାଙ୍ଗୀରରୁ ଜବତ ହେଲା ୟୁନିଲିଭରର ନକଲି ସାମ୍ପୋ ଓ ଫେସୱାସ୍

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବଞ୍ଜି ଅଞ୍ଚଳର ଏକ ଦୋକାନରେ ରବିବାର ଦିନ ପୋଲିସ ସହ ଏକ ସ୍ୱତନ୍ତ୍ର ଦଳ ଚଢ଼ାଉ କରି ନକଲି ସାମ୍ପୋ ଓ ଫେସୱାସ୍ ଜବତ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ,ଗ୍ରାହକ ମାନଙ୍କ ବାରମ୍ବାର ଅଭିଯୋଗ ପରେ ପୋଲିସ ଏହି ଚଢ଼ାଉ କରିଥିବା ଜଣାପଡ଼ିଛି । ଉକ୍ତ କମ୍ପାନୀର ଅଧିକାରୀ ମାନେ ଗ୍ରାହକ ସାଜି ଏହି ଦୋକାନ ଗୁଡିକରୁ କିଛି ସାମଗ୍ରୀ କିଣିଥିଲେ । ପରେ ଏହାକୁ ପରୀକ୍ଷା କରିବାରୁ ଏହା ନକଲି ହୋଇଥିବା ଜଣାପଡ଼ିଥିଲା ।

ଦୋକାନ ମାଲିକ ସମେତ ଏହାର କର୍ମଚାରୀଙ୍କୁ ପୋଲିସ ଅଟକ ରଖି ପଚରା ଉଚରା ଜାରି ରଖିଛି ।

” ସ୍ଥାନୀୟ ଏକ ଦୋକାନରୁ ନକଲି କ୍ଲିନିକପ୍ଲସ ସାମ୍ପୋ ପାଇଥିବା ବେଳେ ଓ ଅନ୍ୟଏକ ଦୋକାନରୁ ‘ଲାକମୀ’ର କିଛି ନକଲି ବିୟୁଟି ପ୍ରଡକ୍ଟ ପାଇଥିଲୁ । ପାଖାପାଖି ଏକ ମାସ ପୂର୍ବରୁ ଆମେ ଏହିସବୁ ଦୋକାନ ମାନଙ୍କରୁ ନମୁନା ନେଇ ଏକ ସର୍ଭେ କରିଥିଲୁ । ଯାହାକୁ ଯାଞ୍ଚ କରିବା ପରେ ପୋଲିସ ସହାୟତାରେ ଆମେ ଆଜି ଏହିସବୁ ଦୋକାନ ଉପରେ ଚଢ଼ାଉ କରିଛୁ ବୋଲି” କହିଛନ୍ତି ହିନ୍ଦୁସ୍ତାନ ୟୁନିଲିଭରର ଅଧିକାରୀ ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ବର୍ତ୍ତମାନ ଏହି ପ୍ରଡକ୍ଟ ସବୁକୁ ଜବତ କରାଯାଇଛି । ଖୁବଶୀଘ୍ର ଏଚୟୁଏଲ ଏହା ବିରୁଦ୍ଧରେ ଏକ ‘କପି ରାଇଟ’ ମାମଲା ରୁଜୁ କରିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.