Latest Odisha News

BREAKING NEWS

ଦୁର୍ଦ୍ଦାନ୍ତ ଅପରାଧି ମୁନୁକୁ ଗିରଫ କଲା ଏସଟିଏଫ୍ , ୮ବର୍ଷ ହେଲା ଲୁଚିଥିଲା ମୁନୁ

ଭୁବନେଶ୍ୱର :ଏସଟିଏଫ୍ ହାତରେ ଦୁର୍ଦ୍ଦାନ୍ତ ଅପରାଧୀ । ଦୁର୍ଦ୍ଦାନ୍ତ ଅପରାଧି କିଶୋର କୁମାର ମହାରଣା ଓରଫ ମୁନୁକୁ ଗିରଫ କଲା ଏସଟିଏଫ୍ ଟିମ୍ । କଟକ ସଦର ଅଞ୍ଚଳ ରେଡ ବେଳେ ଦୁର୍ଦ୍ଦାନ୍ତ ଅପରାଧି ମୁନୁ ଧରାପଡିଛି । ଏସଟିଏଫ୍ ଟିମ୍ ମୁନୁଠାରୁ ଗୋଟିଏ ୯ ଏମଏମର ପିସ୍ତଲ ସହ ୫ ରାଉଣ୍ଡ ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି ।

ସୂଚନା ଅନୁସାରେ ୨୦୧୪ରେ ଚଣ୍ଡିଖୋଲ ବଜାରରେ ଜଣଙ୍କୁ ହତ୍ୟା କରିବା ପରେ ମୁନୁ ଫେରାର ହୋଇଯାଇଥିଲା । ମୁନୁ ଚଣ୍ଡିଖୋଲ ବଜାରରେ ତାର ଅନ୍ୟ ସହଯୋଗୀଙ୍କ ସହ ମିଶି ଦୀପକ ନାଏକ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିଲା । ଏହି ହତ୍ୟା କାଣ୍ଡପରେ ମୁନୁ ନାଁରେ କେନ୍ଦ୍ରାପଡା ଥାନାରେ ଅଭିଯୋଗ ହୋଇଥିଲା । ଦୀର୍ଘ ୮ ବର୍ଷ ହେଲା ଲୁଚିଥିଲା ମୁନୁ । ହେଲେ ଆଜି ଏସଟିଏଫ୍ ଟିମ୍ ମୁନୁକୁ ଗିରଫ କରିଛି।

Comments are closed, but trackbacks and pingbacks are open.