Latest Odisha News

BREAKING NEWS

ଭୋଟ ବର୍ଜନ ପାଇଁ ଢେଙ୍କାନାଳ ପାକଟମୁଣ୍ଡା ଗ୍ରାମବାସୀଙ୍କ ଶପଥ ପାଠ, ରାସ୍ତା ନାହିଁ ତ ଭୋଟ ନାହିଁ

ଢେଙ୍କାନାଳ : ରାସ୍ତା ନାହିଁ ତ ଭୋଟ ନାହିଁ । ଏନେଇ ଗ୍ରାମବାସୀ ରୋକଠୋକ୍ ଶୁଣାଇବା ସହ ଗ୍ରାମଦେବୀଙ୍କ ନିକଟରେ ଶପଥ ପାଠ କରିଛନ୍ତି । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ୍ ପଞ୍ଚାୟତ ଅନ୍ତର୍ଗତ ପାକଟମୁଣ୍ଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ଗାଁରେ ପ୍ରାୟ ଶହେରୁ ଅଧିକ ପରିବାର ୬ନଂ ଓ୍ବାର୍ଡରେ ପାହାଡ଼ ପର୍ବତ ଘେରା ଅପହଞ୍ଚ ଇଲାକାରେ ବାସ କରୁଛନ୍ତି । ଆଜି ବି ମୌଳିକ ସୁବିଧା ସୁଯୋଗରେ ବଞ୍ଚିତ । ଗାଁକୁ ନା ରହିଛି ଭଲ ରାସ୍ତା, ନା ମିଳିଛି ମୌଳିକ ସୁବିଧା । ସ୍ବାସ୍ଥ୍ୟ କିମ୍ବା ମୋବାଇଲ ନେଟଓ୍ବର୍କ ଏଠାରେ ଅପହଞ୍ଚ । ଦୀର୍ଘ ବର୍ଷ ହେବ ପଞ୍ଚାୟତ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି କୌଣସି ସୁଫଳ ମିଳିନାହିଁ । ଫଳରେ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଗ୍ରାମବାସୀ ।

ବର୍ଷା ଦିନେ ଦୁଇଟି ବଡ଼ ନାଳ ଓ କଚ୍ଚା ରାସ୍ତା ଯୋଗୁଁ ଲୋକମାନେ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ରହୁଛନ୍ତି । ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଏଠାକାର ଲୋକମାନେ ନିଜର ମୌଳିକ ଅଧିକାର ପାଇଁ ପ୍ରତିଦିନ ସଂଘର୍ଷ କରୁଛନ୍ତି । ଯାହାକୁ ନେଇ ଗ୍ରାମବାସୀମାନେ ଏକତ୍ର ହୋଇ ଗ୍ରାମଦେବୀଙ୍କ ନିକଟରେ ଭୋଟ ବର୍ଜନ ପାଇଁ ଶପଥ ପାଠ କରିଛନ୍ତି । ଦୁରନ୍ତ ଦାବି ପୂଣ ନହେଲେ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Comments are closed, but trackbacks and pingbacks are open.