Latest Odisha News

BREAKING NEWS

ଦେଶରେ ଟିକା ନେଲେଣି ୨୩ ଲକ୍ଷ ସ୍ବାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ସାରା ଦେଶରେ ଜାରି ରହିଛି ଟିକାକରଣ । ବର୍ତ୍ତମାନ ସୁଦ୍ଧା ୨୩ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟସେବା କର୍ମଚାରୀ ଟିକା ନେଇ ସାରିଲେଣି । ଆଜି ପ୍ରାୟ ୩ ଲକ୍ଷ ହିତାଧିକାରୀ ଟିକା ନେଇଛନ୍ତି । ଟିକା ନେବା ପରେ ଏଯାଏଁ କେବଳ ୦.୦୦୦୭ ପ୍ରତିଶତ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତେବେ ଟିକା ନେବା ପରେ କୌଣସି ମୃତ୍ୟୁ ମାମଲା ସାମ୍ନାକୁ ଆସିନାହିଁ ।

କୋଭିଡ ବିରୋଧରେ ଦ୍ୱାଦଶ ଦିନରେ ଦେଶବ୍ୟାପୀ ସଫଳତାର ସହ ଟିକାକରଣ କରାଯାଇଛି । ଆଜି ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଯୋଜନା ଅନୁସାରେ ଅଧିବେଶନ କରାଯାଇଛି । କୋଭିଡ ବିରୋଧରେ ଟିକାକରଣ କରାଯାଇଥିବା ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ସଂଖ୍ୟା ୨୩ ଲକ୍ଷ ଅତିକ୍ରମ କରିଛି । ମହାମାରୀକୁ ମୁକାବିଲା କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଜାରି ରହିଛି ଟିକାକରଣ ଅଭିଯାନ । ତେବ ୫ଟି ରାଜ୍ୟରେ ୭୯ ପ୍ରତିଶତ ଟିକାକରଣ ହୋଇଛି ।

Leave A Reply

Your email address will not be published.