Latest Odisha News

BREAKING NEWS

ଟ୍ରମ୍ପଙ୍କ ଚାଲ୍ ବୁଝିପାରି ଫୋନ ଉଠାଇଲେ ନାହିଁ ମୋଦୀ? ନହେଲେ ବରବାଦ ହୋଇଥାନ୍ତେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫୋନ ଉଠାଇ ନାହାନ୍ତି। ନ୍ୟୁୟର୍କ ଟାଇମ୍ସ (NYT) ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଗତ କିଛି ସପ୍ତାହରେ ବାରମ୍ବାର ମୋଦୀଙ୍କୁ ଫୋନ କରିଥିଲେ। କିନ୍ତୁ ମୋଦୀ କଥା ହେବାକୁ ମନା କରିଛନ୍ତି। ଏହା ପଛରେ ବାଣିଜ୍ୟ ଚୁକ୍ତି ଓ ଭାରତ-ଆମେରିକା ସମ୍ପର୍କରେ ଅସନ୍ତୋଷ ରହିଛି।

ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ଶେଷ ଫୋନ କଥା ଜୁନ ୧୭ରେ ହୋଇଥିଲା। କାନାଡାରେ ଜି୭ ଶିଖର ସମ୍ମିଳନୀରେ ଦୁହେଁ ଭେଟଘାଟ ହେବାର କାରଣ ବାତିଲ ହୋଇଥିଲା। ଟ୍ରମ୍ପ ମୋଦୀଙ୍କୁ ଓ୍ୱାଶିଂଟନରେ ଅଟକିବାକୁ କହିଥିଲେ। କିନ୍ତୁ ମୋଦୀ କ୍ରୋଏସିଆ ଗସ୍ତରେ ଯିବା କାରଣରୁ ମନା କରିଥିଲେ।

ଭାରତ ଆଶଙ୍କା କରୁଛି ଯେ ଟ୍ରମ୍ପ ମୋଦୀଙ୍କୁ ପାକିସ୍ତାନର ସେନା ମୁଖ୍ୟ ଆସିମ ମୁନିରଙ୍କ ସହ ଏକ ଫଟୋରେ ଦେଖାଇବାକୁ ଚାହୁଁଥିଲେ। ଏହା ଭାରତ ପାଇଁ ଅସୁବିଧାଜନକ ହୋଇଥାନ୍ତା। ଖାସକରି ମୋଦିଙ୍କ ଦଳ ବିଜେପି ପାଇଁ। ଯିଏକି ପାକିସ୍ତାନ ଓ ଆତଙ୍କବାଦକୁ ଟାର୍ଗେଟ କରି ବିଭିନ୍ନ ସମୟରେ ରାଜନୈତିକ ଦୃଷ୍ଟିକୋଣରୁ ସଫଳ ହୋଇଛି। ଅପରେସନ ସିନ୍ଦୂର ବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏଥିରେ ଉଭୟ ପକ୍ଷ ସହମତି ପ୍ରକାଶ କରି ଯୁଦ୍ଧ ବନ୍ଦ କରିଛନ୍ତି ବୋଲି ଭାରତ କହୁଛି। ଏହା ଦ୍ୱିପାକ୍ଷିକ ମାମଲା ଏଥିରେ ତୃତୀୟ ପକ୍ଷ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଭାରତ ଦୀର୍ଘ ଦିନରୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଆସୁଛି। ଏପରି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବିଭିନ୍ନ ମଞ୍ଚରେ କହି ଚାଲିଛନ୍ତି ଯେ ସେ ମଧ୍ୟସ୍ତତା କରି ଯୁଦ୍ଧ ରୋକିଛନ୍ତି। ଯାହାକୁ ଭାରତ ଅସ୍ୱୀକାର କରି ଚାଲିଛି। ଆଉ ବାଃ ବାଃ ନେବା ଆଳରେ ଟ୍ରମ୍ପଙ୍କର ଏପରି ବୟାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଉପରେ ମଧ୍ୟ ପ୍ରଶ୍ୱବାଚୀ ସୃଷ୍ଟି କରିଛି।

ତେଣୁ ଜଣେ ସେନା ମୁଖିଆ ଆଗରେ ମୋଦୀ ଛିଡା ହୋଇ ଫଟୋ ଉଠାଇବା, ଯିଏକି ଆତଙ୍କବାଦୀଙ୍କ ମୁଖିଆ ବୋଲି କୁହାଯାଉଛି। ଏପରି ସ୍ଥିତିରେ ଟ୍ରମ୍ପଙ୍କ ଚାଲ ବୁଝିପାରି ମୋଦି ତାଙ୍କ ଫୋନ୍ ଉଠାଇନଥିଲେ ବୋଲି ଏବେ କୁହାଯାଉଛି। ଟ୍ରମ୍ପ ଏପରି ଫଟୋ ଉଠାଇ ଭାରତ ତାଙ୍କୁ ନୋବେଲ ମିଳୁ ବୋଲି ପ୍ରସ୍ତାବ ଦେଉଛି ବୋଲି ଗୋଟିଏ ବାର୍ତ୍ତା ଦେବାକୁ ପ୍ରୟାସ କରୁଥିଲା ବୋଲି ସନ୍ଦେହ କରାଯାଉଛି।

ଏହାପରେ ପରେ ଆମେରିକା ଭାରତ ବିରୋଧରେ ଟାରିଫ ମାଡ଼ କରିଛି। ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟ ଚୁକ୍ତି ଆଗେଇ ନାହିଁ। ଟ୍ରମ୍ପ ଭାରତୀୟ କୃଷି ଓ ଡାଏରୀ ଶିଳ୍ପରେ ପ୍ରବେଶ କରିବାକୁ ଚାପ ପକାଇଛନ୍ତି। କିନ୍ତୁ ଭାରତ ଏହାକୁ ମନା କରିଛି। ଫଳରେ ଟ୍ରମ୍ପ ଭାରତୀୟ ମାଲ ଉପରେ ୫୦% ଟାରିଫ ଲଗାଇଛନ୍ତି। ଏହା ପରେ ବାଣିଜ୍ୟ ଆଲୋଚନା ବନ୍ଦ ହୋଇଛି।

ଭାରତୀୟ ଅଧିକାରୀଙ୍କ ମତରେ, ଟ୍ରମ୍ପଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋସିଆଲ’ରେ ଭୁଲ ତଥ୍ୟ ଦେବାର ଆଶଙ୍କା ରହିଛି। ମେ’ ମାସରେ ଟ୍ରମ୍ପ ଦାବି କରିଥିଲେ ଯେ ସେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି କରାଇଛନ୍ତି। କିନ୍ତୁ ଭାରତ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି। ଏହା ପରେ ଟ୍ରମ୍ପ ବାରମ୍ବାର ଫୋନ କରିଥିଲେ, କିନ୍ତୁ ମୋଦୀ ଉତ୍ତର ଦେଇ ନାହାନ୍ତି।

ତେବେ ହ୍ୱାଇଟ ହାଉସ କହିଛି ଯେ ଟ୍ରମ୍ପ ମୋଦୀଙ୍କୁ ଫୋନ କରି ନାହାନ୍ତି। କିନ୍ତୁ ନ୍ୟୁୟର୍କ ଟାଇମ୍ସ ଓ ଜର୍ମାନ ଖବରକାଗଜର ରିପୋର୍ଟ ବିଭ୍ରାନ୍ତିକର କଥା କହୁଛନ୍ତି।

Comments are closed.