Latest Odisha News

BREAKING NEWS

ଶ୍ରୀଲଙ୍କାରେ ଜଟିଳ ସ୍ଥିତି, ଗୋଟିଏ ଦିନର ପେଟ୍ରୋଲ ମହଜୁଦ

କଲମ୍ବୋ: ଶ୍ରୀଲଙ୍କାରେ ସ୍ଥିତି ଆହୁରି ସଙ୍ଗୀନ ହୋଇପଡ଼ିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେ ସୋମବାର କହିଛନ୍ତି ଯେ ବର୍ତ୍ତମାନ କ୍ଷତିରେ ଚାଲୁଥିବା ଶ୍ରୀଲଙ୍କା ଏୟାରଲାଇନ୍ସକୁ ଘରୋଇକରଣ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ୟାରେ ଜର୍ଜରିତ ଦେଶକୁ ବଞ୍ଚାଇବା ତାଙ୍କର ଲକ୍ଷ୍ୟ ଥିଲା। ସେ ଶ୍ରୀଲଙ୍କାବାସୀଙ୍କୁ ଏହା ମଧ୍ୟ କହିଛନ୍ତି ଯେ, ଦିନକୁ ୧୫ ଘଣ୍ଟା ଯାଏ ବିଜୁଳି କାଟ୍ ହୋଇପାରେ ଏବଂ ଦେଶରେ ମାତ୍ର ଗୋଟିଏ ଦିନ ପେଟ୍ରୋଲ ମହଜୁଦ ରହିଛି।

ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସଙ୍କେତ ଦେଇଛନ୍ତି ଯେ, ଦେଶ ଏବେ ଅବହେଳିତ ଅବସ୍ଥାରେ ରହିଛି ଏବଂ ଏହାର ସମାଧାନ ପାଇଁ ବହୁ ସମୟ ଲାଗିପାରେ। ସେ କହିଥିଲେ ଯେ କେବଳ ୨୦୨୦-୨୧ ବର୍ଷ ପାଇଁ ୪୫ ବିଲିୟନ ଶ୍ରୀଲଙ୍କା ଟଙ୍କାରେ ଅଧିକ କ୍ଷତି ହୋଇଛି। ବିମାନ କମ୍ପାନୀ ଗୁଡ଼ିକର ଘରୋଇକରଣ ପାଇଁ ପ୍ରସ୍ତାବ ଦେଇ ସେ କହିଛନ୍ତି, ଏହା କ୍ଷତି କିନ୍ତୁ ଆମକୁ ଏହା ସହିବାକୁ ପଡ଼ିବ। କାରଣ ସେମାନଙ୍କ ଲକ୍ଷ୍ୟ ହେଉଛି ଅଶାନ୍ତ ଦେଶକୁ ବଞ୍ଚାଇବା।

ସେ କହିଛନ୍ତି, “ଆମେ ଅନେକ ସମସ୍ୟା ଦେଇ ଗତି କରୁଛୁ। ଲମ୍ବା ଧାଡ଼ିକୁ କୋହଳ କରିବା ପାଇଁ ଆମକୁ ଆଗାମୀ କିଛି ଦିନ ମଧ୍ୟରେ ପ୍ରାୟ ୭୫ ନିୟୁତ ଆମେରିକୀୟ ଡଲାର ପାଇବାର ଆବଶ୍ୟକତା ରହିଛି। ବର୍ତ୍ତମାନ ଆମ ପାଖରେ କେବଳ ଗୋଟିଏ ଦିନ ପାଇଁ ପେଟ୍ରୋଲ ମହଜୁଦ ରହିଛି। ନିକଟରେ ଡିଜେଲର ଶିପମେଣ୍ଟ ହେବା ଫଳରେ ଡିଜେଲର ଅଭାବ କିଛି ମାତ୍ରାରେ କମିବ। ତେବେ ଏହା ହୁଏତ ଅପ୍ରାସଙ୍ଗିକ ସାବ୍ୟସ୍ତ ହୋଇପାରେ।

ତେଲରୁ ଏକ ଚତୁର୍ଥାଂଶ ବିଜୁଳି ଉତ୍ପାଦନ ହେଉଥିବାରୁ ଦିନକୁ ୧୫ ଘଣ୍ଟା ବିଜୁଳି କାଟ୍ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ତେବେ ଏହି ସଙ୍କଟକୁ ଏଡ଼ାଇବା ପାଇଁ ଆମକୁ କିଛି ଟଙ୍କା ମିଳିଛି। ସେହିଭଳି ଉପଭୋକ୍ତାମାନଙ୍କୁ ଗ୍ୟାସ ଯୋଗାଇବା ପାଇଁ ଆମକୁ ତୁରନ୍ତ ୨୦ ନିୟୁତ ଆମେରିକୀୟ ଡଲାର ମିଳିବ ବୋଲି ଦରକାର ।

ସେ କହିଛନ୍ତି, ପ୍ରସ୍ତାବିତ ୨୦୨୨ ବିକାଶ ବଜେଟ୍ ପାଇଁ ଆମେ ନୂଆ ବିକଳ୍ପ ବଜେଟ୍ ଉପସ୍ଥାପନ କରିବାକୁ ଯୋଜନା କରିଛୁ। ଏହାକୁ ଏକ ରିହାତି ବଜେଟ୍ ଭାବେ ଉପସ୍ଥାପନ କରାଯିବାର ଲକ୍ଷ୍ୟ ରଖାଯାଇଛି। ନିକଟ ଭବିଷ୍ୟତରେ ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେପଟେ ସରକାରୀ ଦରମା ଦେବା ପାଇଁ ଟଙ୍କା ଛାପିବା ଜାରି ରଖିବା ସହ ଅତ୍ୟାବଶ୍ୟକ ଆବଶ୍ୟକତା ପାଇଁ ମଧ୍ୟ ଟଙ୍କା ଦେବାକୁ ପଡୁଛି ବୋଲି ସେ କହିଛନ୍ତି।

Comments are closed.