Latest Odisha News

BREAKING NEWS

ମହଙ୍ଗା ପଡିପାରେ ଏହି ସେଲିବ୍ରିଟିଙ୍କୁ ୱେବରେ ସର୍ଚ୍ଚ କରିବା !

ନୂଆଦିଲ୍ଲୀ: ଆମେରିକୀୟ ଗ୍ଲୋବାଲ ସିକ୍ୟୁରିଟି ସଫ୍ଟୱେୟାର କମ୍ପାନୀ McAfee । ନିକଟରେ ଏହି କମ୍ପାନୀ ଏକ ରିସର୍ଚ୍ଚ କରିଥିଲା । ଏହି ରିସର୍ଚ୍ଚରେ ଜଣାପଡିଛି ଫୁଟବଲର ଖ୍ରୀଷ୍ଟିଆନୋ ରୋନାଲ୍ଡୋ ଓ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ସମେତ ଅନ୍ୟ କିଛି ସେଲିବ୍ରିଟିଙ୍କୁ ଭାରତରେ ୱେବରେ ସର୍ଚ୍ଚ କରିବା ବିପଦଜନକ । ଏହି ସେଲିବ୍ରିଟିଙ୍କ ନାଁ ସହିତ କିଛି ଭାଇରସ୍ ଓ ଦୁର୍ଭାବନାପୂର୍ନ ସାଇଟ୍ ଜଡିତ ରହିଛି ।

ଚଳିତବର୍ଷ McAfee ତାଲିକାରେ ପର୍ତ୍ତୁଗୀଜ ଫୁଟବଲର ରୋନାଲ୍ଡୋ ପ୍ରଥମ ସ୍ଥାନରେ ରହିଛନ୍ତି । ଅନ୍ୟ ସେଲିବ୍ରିଟି ଭାବେ ଶାହରୁଖ ଖାନ, ଅନୁଷ୍କା ଶର୍ମା ଓ ଅରିଜିତ ସିଂଙ୍କ ନାମରେ ବି ଅନେକ ବିପଦଜନକ ସାଇଟ୍ ଜଡିତ ରହିଛି ।

McAfeeର ଭାରତରେ ହୋଇଥିବା ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ ୧୦ ଜଣ ସେଲିବ୍ରିଟିଙ୍କ ତାଲିକାରେ ଖ୍ରୀଷ୍ଟିଆନୋ ରୋନାଲ୍ଡୋ, ତବ୍ୱୁ, ତାପସୀ ପନ୍ନୁ, ଅନୁଷ୍କା ଶର୍ମା, ସୋନାକ୍ଷୀ ସିହ୍ନା, ଅର୍ମାନ ମଲିକ, ସାରା ଅଲ୍ଲି ଖାନ, ଦିବ୍ୟଙ୍କା ତ୍ରିପାଠୀ, ଶାହରୁଖ ଖାନ ଓ ଅରିଜିତ ସିଂଙ୍କ ନାଁ ରହିଛି ।

କରୋନା ମହାମାରୀ ପାଇଁ ଅଧିକାଂଶ ଲୋକ ଅନ୍‌ଲାଇନ୍‌ରେ ମନୋରଂଜନର ଖୋରାକ ପାଇଁ ବ୍ୟସ୍ତ ରହିଥିଲେ । ମାଗଣାରେ ଫିଲ୍ମ ଓ ସିରିଜ ଦେଖିବା ପାଇଁ ଅନେକ ଅଜଣା ସାଇଟ୍‌କୁ କ୍ଲିକ୍ କରିଥିଲେ । ଏହି ମଉକାର ଫାଇଦା ଉଠାଇ ହ୍ୟାକରମାନେ ଲୋକମାନଙ୍କୁ ଠକି ମାଲାମାଲ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.