Latest Odisha News

BREAKING NEWS

ବିହାର ନିର୍ବାଚନ: ମଇଁଷି ଉପରେ ବସି ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ

ପାଟନା: ନିଆରା ଢ଼ଙ୍ଗରେ ନାମାଙ୍କନ ଦାଖଲ । ମଇଁଷି ଉପରେ ବସି ନାମାଙ୍କନ କେନ୍ଦ୍ରକୁ ଆସିଲେ ପ୍ରାର୍ଥୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପାଟନାର ପାଲିଗଞ୍ଜ ବିଧାନସଭା କ୍ଷେତ୍ରରେ । ଆଗକୁ ବିହାର ବିଧାନସଭା ନିର୍ବାଚନ । ନାମାଙ୍କନ ଦାଖଲ ପାଇଁ ଆଉ ଦିନ କେଇଟା ବାକି ଅଛି। ଏହାରି ଭିତରେ ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନର ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଯେମିତି ଯେମିତି ନିର୍ବାଚନ ପାଖେଇ ଆସୁଛି ପ୍ରଶାସନ ନିଜ ପ୍ରସ୍ତୁତିକୁ ସଫଳ ରୂପ ଦେବାକୁ ଚେଷ୍ଟା କରୁଛନ୍ତି। ଏହାରି ଭିତରେ ପାଲିଗଞ୍ଜ ବିଧାନସଭାରୁ ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଛି। ସେଠାରେ ଜଣେ ଆଶାୟୀ ପ୍ରାର୍ଥୀ ମଇଁଷି ଉପରେ ବସି ନାମାଙ୍କନ ଦାଖଲ ପାଇଁ ଆସିଛନ୍ତି।

ପାଟନାର ପାଲିଗଞ୍ଜ ବିଧାନସଭାରୁ ପିପୁଲ୍ସ ପାର୍ଟି ଅଫ୍ ଇଣ୍ଡିଆ ଡେମୋକ୍ରେଟିକର ଆଶାୟୀ ପ୍ରାର୍ଥୀ ରବୀନ୍ଦ୍ର ପ୍ରସାଦ ମଇଁଷି ଉପରେ ବସି ନାମାଙ୍କନ ଦାଖଲ କରିବାକୁ ଆସିଛନ୍ତି। ଯାହା ଏବେ ଏ ପାଲିଗଞ୍ଜ ବିଧାନସଭା ଅଂଚଳର ଲୋକଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କ ନାମାଙ୍କନ ଦାଖଲ ଷ୍ଟାଇଲ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି। ବିଧାନସଭା ନିର୍ବାଚନ ପାଇଁ ସେ କିଛି ବି କରିବାକୁ ପ୍ରସ୍ତୁତ। ଚଷା ପୁଅ ହୋଇଥିବାରୁ ଏମିତି କରିଥିବା କହିଛନ୍ତି।

ସୂଚନାଯୋଗ୍ୟ ବିହାରରେ ବିଧାନସଭା ବିଗୁଲ ବାଜିଛି। ବିହାରରେ ତିନୋଟି ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯାୟ ଅକ୍ଟୋବର ୨୮, ଦ୍ବିତୀୟ ନଭେମ୍ବର ୩ ଓ ତୃତୀୟ ପର୍ଯ୍ୟାୟ ନଭେମ୍ବର ୭ରେ ଅନୁଷ୍ଠିତ ହେବ। ଏହାର ଫଳାଫଳ ନଭେମ୍ବର ୧୦ରେ ପ୍ରକାଶ ପାଇବ।

Leave A Reply

Your email address will not be published.