Latest Odisha News

BREAKING NEWS

ଲଣ୍ଡନରେ ନିଲାମ ହେବ ଭାରତୀୟ ସୁନା ମୁଦ୍ରା

ଲଣ୍ଡନ: ମୁଇଜୁଦ୍ଦିନ ମହମ୍ମଦ ଘୋରୀଙ୍କ ସମୟର ଅର୍ଥାତ୍ ୧୩୦୦ ଶତାବ୍ଦୀର ଏକ ସୁନା ମୁଦ୍ରା ୨୨ ଅକ୍ଟୋବରରେ ଲଣ୍ଡନରେ ନିଲାମ ହେବାକୁ ଯାଉଛି। ଏହି ମୁଦ୍ରା ଦୁଇ ଲକ୍ଷରୁ ତିନି ଲକ୍ଷ ପାଉଣ୍ଡ ମଧ୍ୟରେ ନିଲାମ ହୋଇପାରେ ବୋଲି ଜଣାପଡ଼ିଛି।

ଏହି ମୁଦ୍ରା ପ୍ରାୟ ୪୬ ମିଲିମିଟର ଚଉଡା। ଏହାର ଓଜନ ୪୫ ଗ୍ରାମ ଏବଂ ଏହା ଶୁଦ୍ଧ ସୁନା ମୁଦ୍ରା। ସେହି ସମୟରେ ପ୍ରସିଦ୍ଧ ମୁଦ୍ରା ମଧ୍ୟରେ ଏହା ଏକମାତ୍ର ମୂଲ୍ୟବାନ୍‌ ମୁଦ୍ରା ଭାବେ ଜଣାଶୁଣା।

ନିଲାମି କରୁଥିବା ସଂସ୍ଥା ମୋର୍ଟନ୍‌ ଆଣ୍ଡ୍ ଇଡେନର ଷ୍ଟିଫେନ୍‌ ଳୟାର୍ଡ ଏହି ମୁଦ୍ରାର ମହତ୍ତ୍ବ ବିଷୟରେ କହିଛନ୍ତି ଯେ, ଏହି ଅନନ୍ୟ ସୁନା ମୁଦ୍ରା ଇସ୍‌ଲାମ୍‌ ଜଗତ ପାଇଁ ତଥା ବିଶେ‌ଷ କରି ଭାରତ ପାଇଁ ଐତିହାସିକ ମହତ୍ତ୍ବ ରଖୁଛି। କାରଣ ଯିଏ ଏହାକୁ ଜାରି କରିଛନ୍ତି ଅର୍ଥାତ୍ ମୁଇଜୁଦ୍ଦିନ ଭାରତୀୟ ଉପମହାଦେଶରେ ମୁସ୍‌ଲିମ୍‌ ଶାସନର ସ୍ରଷ୍ଠା।

ତେବେ ମୁଇଜୁଦ୍ଦିନ ଭାରତରେ ମୁସ୍‌ଲିମ୍‌ ଶାସନର ମୂଳଦୁଆ ପକାଇଥିବା ବିଶ୍ବ‌ାସ କରାଯାଏ। ଏହା ହେଉଛି ଏକମାତ୍ର ମୁଦ୍ରା ଯେଉଁଥିରେ ମହମ୍ମଦ ଘୋରୀଙ୍କ ନାମ ଲେଖାଯାଇଛି। ପ୍ରଥମ ଥର ପାଇଁ ଏହି ବିରଳ ବସ୍ତୁ ସର୍ବସାଧାରଣରେ ନିଲାମ ହେବାକୁ ଯାଉଛି ଯାହା ଦଶନ୍ଧି ଧରି ୟୁରୋପୀୟ ବ୍ୟକ୍ତିଗତ ସଂଗ୍ରହରେ ରହିଆସିଛି।

Leave A Reply

Your email address will not be published.