Latest Odisha News

BREAKING NEWS

ବିଶ୍ୱକପ ଫୁଟବଲ: ଫାଇନାଲରେ କ୍ରୋଏସିଆ, ଇଂଲଣ୍ଡ ୨-୧ରେ ପରାସ୍ତ

ମସ୍କୋ : ଫିଫା ବିଶ୍ୱକପ ଫୁଟବଲ ୨୦୧୮ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛି କ୍ରୋଏସିଆ । ପଡ଼ୋଶୀ ରୁଷିଆରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ ଫାଇନାଲରେ କ୍ରୋଏସିଆ ଦଳ ରବିବାର ଦିନ ଭେଟିବ ଅପେକ୍ଷାକୃତ ଶକ୍ତିଶାଳୀ ଦଳ ଫ୍ରାନ୍ସକୁ ।

ଗୁରବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ହ୍ୟାରୀ କେନଙ୍କ ଇଂଲଣ୍ଡ ଦଳ ପ୍ରଥମାର୍ଦ୍ଧ ସୁଦ୍ଧା ଟ୍ରିପରଙ୍କ ଏକ ସୁନ୍ଦର ଫିଲ୍ଡ ଗୋଲ ବଳରେ ୧-୦ରେ ଅଗ୍ରଣୀ ଲାଭ କରିଥିଲା । ମ୍ୟାଚ ଆରମ୍ଭ ହେଉ ହେଉ ମାତ୍ର ୫ ମିନିଟରେ ଟ୍ରିପର୍ ଏକ ତୀବ୍ର ସଟ୍ ମାରି ଇଂଲଣ୍ଡ ଦଳରେ ଆତ୍ମବିଶ୍ୱାସ ଆଣିଦେଇଥିଲେ ।

ମାତ୍ର ମ୍ୟାଚ୍ ବଢିଚାଲିଥିବା ବେଳେ ଇଂଲଣ୍ଡ ଦଳ ରକ୍ଷଣାତ୍ମକ ଢଙ୍ଗରେ ଖେଳିବାକୁ ଚେଷ୍ଟା କରିଥିଲା, ଯାହାକି ମ୍ୟାଚ୍ରେ ଭୋଗିବାକୁ ପଡ଼ିଲା । କ୍ରୋଏସିଆ ଦଳ ମ୍ୟାଚର ଆରମ୍ଭରୁ ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ପରସ୍ପର ମଧ୍ୟରେ ସୁନ୍ଦର ପାସ ଖେଳି ଅଧିକାଂଶ ସମୟ ବଲକୁ ନିଜ ନିୟନ୍ତ୍ରଣରେ ରଖିଥିଲେ । ଦ୍ୱୀତିୟାର୍ଦ୍ଧର ୬୮ ମିନିଟରେ ପେରିସିକ୍ ଙ୍କ ଏକ ଗୋଲ ବଳରେ ମ୍ୟାଚକୁ ୧-୧ରେ ସମାନ ସ୍ତରକୁ ଆଣିଥିଲା କ୍ରୋଏସିଆ ଦଳ ।

ତେବେ ୯୦ ମିନିଟର ଖେଳ ସମାପ୍ତ ହେଲା ବେଳକୁ ୧-୧ ଗୋଲ ସ୍କୋରରେ ଦୁଇ ଦଳ ପେନାଲ୍ଟି ସୁଟଆଉଟ ଲାଗି ଦଳକୁ ପ୍ରସ୍ତୁତ କରୁଥିଲେ । ମାତ୍ର ବଳକା ଇନଜ୍ୟୁରୀ ଟାଇମରେ କ୍ରୋଏସିଆ ପକ୍ଷରୁ ମ୍ୟାଚର ୧୦୯ ମିନିଟ ଅର୍ଥାତ ହୁଇସିଲ ବାଜିବା କ୍ଷଣରେ ହିଁ ଏକ ମାଣ୍ଡଜୁକିକ୍ ଏକ ସୁନ୍ଦର ଗୋଲ ସ୍କୋର କରିଥିଲେ ।

ଷ୍ଟାଡ଼ିୟମରେ ଉପସ୍ଥିତ ହଜାର ହଜାର କ୍ରୋଏସିଆ ଦର୍ଶକ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ । ଗୋଲ ହେବା ପରେ ରେଫରୀଙ୍କ ହୁଇସିଲ୍ ବାଜିଲା । କ୍ରୋଏସିଆ ଇଂଲଣ୍ଡକୁ ୨-୧ ଗୋଲ୍ ରେ ପରାସ୍ତ କରି ବିଶ୍ୱକପ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କଲା ।

ଫିଫା ବିଶ୍ୱକପର ଫାଇନାଲ ଆସନ୍ତା ରବିବାର ଦିନ କ୍ରୋଏସିଆ ବନାମ ଫ୍ରାନ୍ସ ଦଳ ମଧ୍ୟରେ ରାତି ୮:୩୦ରେ ଅନୁଷ୍ଠିତ ହେବ ।

ବିଶ୍ୱର କୌଣସି କ୍ରୀଡ଼ାପ୍ରେମୀ ଆଶା କରିନଥିଲେ ପ୍ରଥମଥର ସେମିଫାଇନାଲ ଖେଳୁଥିବା ତଥା ବିଶ୍ୱକପରେ ବିଶେଷ ଅଭିଜ୍ଞତା ନଥିବା କ୍ରୋଏସିଆ ଦଳ ଯେ ବିଶ୍ୱକପ ଫାଇନାଲ ମ୍ୟାଚ୍ ଖେଳିବ । ତେବେ ଯାହାବି ହେଉ ଫ୍ରାନ୍ସ ଶକ୍ତିଶାଳୀ ଦଳ ହେଲେ ବି କ୍ରୋଏସିଆ ମଧ୍ୟ କମ ନୁହେଁ । ଦୃଢ ଆତ୍ମବିଶ୍ୱାସର ସହିତ ଦୁଇଦଳ ବିଶ୍ୱକପ ଟାଇଟଲ ହାସଲ କରିବାକୁ ପ୍ରାଣପଣେ ଚେଷ୍ଟା କରିବେ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ।

Leave A Reply

Your email address will not be published.