Latest Odisha News

BREAKING NEWS

ଗ୍ୟାଙ୍ଗଷ୍ଟର୍ ଟିଟୋର ଓଲିଉଡ୍ ଲିଙ୍କ୍: ଫିଲ୍ମରେ ଲାଗିଛି ଟିଟୋ ଟଙ୍କା

ଭୁବନେଶ୍ୱର : ଓଡ଼ିଶା କ୍ରାଇମ ବ୍ରାଞ୍ଚ୍ ର ‘ସ୍ପେସାଲ୍ ଟାସ୍କ ଫୋର୍ସ’ (ଏସ.ଟି.ଏଫ) ଗିରଫ ଗ୍ୟାଙ୍ଗଷ୍ଟର ଟିଟୋର ଓଲିଉଡ୍ ଲିଙ୍କର ଗୁମର ଖୋଲିଛି । ଟିଟୋ ପୋଲିସ ହାତରେ ଧରାପଡ଼ିବା ପରେ ଏବେ ଚାଞ୍ଚଲ୍ୟକର ଖବର ପଦାକୁ ଆସୁଛି । ଟିଟୋ ଟଙ୍କା ଲାଗିଛି ଓଲିଉଡ୍ ସିନେମାରେ ।

ରାଜ୍ୟ କ୍ରାଇମ ବ୍ରାଞ୍ଚ୍ ର ଏସ.ଟି.ଏଫ. ସୂତ୍ରରୁ ଜଣାପଡ଼ିଛି ଯେ, ଟିଟୋ ଗୋଟିଏ ଓଡ଼ିଆ ସିନେମା ନିର୍ମାଣରେ ଟଙ୍କା ବିନିଯୋଗ କରିଛି । ତେବେ ଏଇ ନିକଟରେ ସେହି ଫିଲ୍ମର ମହୁରତ ହୋଇଛି ।

ତେବେ ଏହି ଗୋଟିଏ ଫିଲ୍ମ ନା ଆଉ କିଛି ଓଡ଼ିଆ ସିନେମାରେ ଟିଟୋ ଟଙ୍କା ବିନିଯୋଗ କରିଛି ତାହା ତଦନ୍ତ ସାପେକ୍ଷ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ, ଗ୍ୟାଙ୍ଗଷ୍ଟର ଟିଟୋକୁ ଏନକାଉଣ୍ଟର କରି ପୋଲିସ ଗିରଫ କରିଥିଲା । ଗୋଡ଼ରେ ଗୁଳି ବାଜିବା ଯୋଗୁଁ କଟକ ବଡ଼ ମେଡ଼ିକାଲରେ ରହି ଚିକିତ୍ସିତ ହେଉଥିଲା ଟିଟୋ । ତେବେ କୋର୍ଟ ଜୁଲାଇ ୪ ତାରିଖରେ ୫ ଦିନ ଲାଗି ରିମାଣ୍ଡରେ ଛାଡ଼ିଛନ୍ତି । ପୋଲିସ ପୁନର୍ବାର ରିମାଣ୍ଡ ଚାହିଁବାରୁ ଜୁଲାଇ ୯ ତାରିଖରେ ଅଧିକ ୪ ଦିନ ପୋଲିସ ରିମାଣ୍ଡରେ ଆଣି ଟିଟୋର ଅପରାଧ ସାମ୍ରାଜ୍ୟ ସମ୍ପର୍କରେ ଖୋଳତାଡ଼ କରୁଛି ।

ଟିଟୋର କେନ୍ଦ୍ରାପଡ଼ା ଘର ସମେତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢଉ କରି ପୋଲିସ ୨ କୋଟିରୁ ଅଧିକ ସମ୍ପତି ଠାବ କରିଛନ୍ତି । ପୋଲିସ ମଧ୍ୟ ଅଧିକ ସୁରାକ ପାଇବା ଲାଗି କୋଲକତା ଯାଇ ତଦନ୍ତ କରିଥିବା କଥା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.